ଚୌଦ୍ଵାର ରେ କରୋନା ରୋଗୀ ଚିହ୍ନଟ

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଚୌଦ୍ୱାରରେ ପୁଣି ଚିହ୍ନଟ ହେଲେ ୩ କରୋନା ସଂକ୍ରମିତ ।ଏମାନଙ୍କ ମଧ୍ୟରେ ଜଣେ ଦୁଇ ବର୍ଷର ଶିଶୁ ରହିଛି । ଚୌଦ୍ୱାର ପୋୖରାଧିକାରୀ ପବିତ୍ର କୁମାର ବେହେରାଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ତିନି ଆକ୍ରାନ୍ତ ହେଉଛନ୍ତି ତେର ନମ୍ବର ୱାର୍ଡ ପାଇକେରାପୁର ଗ୍ରାମର ଜଣେ ଦୁଇ ବର୍ଷର ଶିଶୁ, ୬ନମ୍ବର ୱାର୍ଡ ମୁଣ୍ଡମାଳ ଗ୍ରାମରେ ଥିବା ଗଂଜାମ ଜିଲ୍ଲାର ଜଣେ ଯୁବକ ଓ ଚାରବାଟିଆ ଅଂଚଳର ଅନ୍ୟଜଣେ ବ୍ୟକ୍ତି । ମସ୍ତିଷ୍କ ଟ୍ୟୁମର ଥିବା ଏହି ଶିଶୁ ଜଣକୁ ତା ବାପା ମାଆ ଗତ୨୪ତାରିଖରେ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ ନେଇଥିଲେ ।ସେଠାରେ ଚିକିତ୍ସିତ ହୋଇ ଗତ ୩୦ ତାରିଖରେ ଘରକୁ ଫେରିବା ବେଳେ ତିନି ଜଣଙ୍କ ସ୍ୱାବ ପରୀକ୍ଷା ହୋଇଥିଲା ।ଏଥିରେ ବାପମାଙ୍କ ରିପୋର୍ଟ ନେଗେଟିଭ ଆସିଥିଲାବେଳେ ଶିଶୁର ପଜିଟିଭ ଆସିଥିଲା ।ତାଙ୍କୁ ଅଶ୍ୱିନୀ କୋବିଦ ହସ୍ପିଟାଲ ରେ ଭର୍ତି କରାଯାଇଛି । ସେହିପରି ଚାରବାଟିଆ ଅଂଚଳର ବ୍ୟକ୍ତି ଜଣକ ନିଜ ସ୍ଵାସ୍ତ୍ୟ ପରୀକ୍ଷା କରିବାକୁ ଭୁବନେଶ୍ୱର ସମ ହସ୍ପିଟାଲ ଯାଇଥିଲେ ।ସେଠାରେ ତାଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ସମ କୋବିଦ ହସ୍ପିଟାଲ ରେ ଭର୍ତି କରାଯାଇଛି । ସେହିପରି ଗଂଜାମ ଜିଲ୍ଲାର ଯୁବକ ଜଣକ ନିଜ ଶ୍ୱଶୁରଘର ମୁଣ୍ଡମାଲ କୁ ଚାରିଦିନ ତଳେ ଆସିଥିଲେ ।ତାଙ୍କ ଦେହ ଅସୁସ୍ତ ହେବାରୁ ସେ ଏସସିବି ମେଡିକାଲ ଯାଇଥିଲେ ।ସେଠାରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ମଧ୍ୟ ଅଶ୍ୱିନୀ କୋବିଦ କୁ ପଠାଯାଇଛି । ତିନି ଜଣ ପଜିଟିଭ ଚିହ୍ନଟ ହେବାପରେ ସହରବାସୀ ବ୍ୟସ୍ତ ହୋଇପଡିଛନ୍ତି । ଆକ୍ରାନ୍ତ ମାନଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି ଓ ସମସ୍ତ ଅଞ୍ଚଳକୁ ସାନିଟାଇଜ କରାଯିବ ବୋଲି ପୋୖରାଧିକାରୀ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ