କୋଣାର୍କ ସହର ବିକାଶ ପାଇଁ କୋଣାର୍କ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ପୁରୀ ଜିଲ୍ଲାପାଳ ଓ ପର୍ଯ୍ୟଟନ ନିର୍ଦ୍ଦେଶକ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ମନ୍ଦିର ତଥା କୋଣାର୍କ ସହରର ବିକାଶ ପାଇଁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ପ୍ରୟାସ କୁ ଅନୁଧ୍ୟାନ ଓ ସ୍ଥିତି ପରଖିବା ପାଇଁ ଆଜି ପୂର୍ବାହ୍ନ ରେ ପୁରୀ ଜିଲ୍ଲାପାଳ ବଲ୍ଳବନ୍ତ ସିଂ ଓ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବ କୋଣାର୍କ ରେ ପହଞ୍ଚିଥିଲେ।ପ୍ରଥମେ ରାମଚଣ୍ଡୀ ପରେ ଚନ୍ଦ୍ରଭାଗା ପରିଦର୍ଶନ କରି କୋଣାର୍କ ମନ୍ଦିର, ଅର୍ବାନ ହାଟ ଓ କୋଣାର୍କ ବଜାର କୁ ବୁଲି ଦେଖିଥିଲେ।କୋଣାର୍କ ବଜାର ଓ କୋଣାର୍କ ମନ୍ଦିର ର ସୌନ୍ଦର୍ଯ୍ୟକରଣ କିପରି କରାଯାଇପାରିବ ସେ ନେଇ ଅଧିକ ଆଲୋଚନା ମଧ୍ୟ କରିଥିଲେ।ଏହା ସହ କୋଣାର୍କ ରେ କରୋନା ର ସ୍ଥିତି ଅନୁଧ୍ୟାନ କରି କୋଣାର୍କ ଅଞ୍ଚଳ ବାସୀ କୋଭିଡ-୧୯ ନିୟମ ପାଳନ କରି ସଂକ୍ରମଣ କୁ ଯେଉଁ ଭଳି ରୋକିଛନ୍ତି ତାକୁ ମଧ୍ୟ ପ୍ରଶଂସା କରିଥିଲେ। ଦୀର୍ଘ ଦିନ ଧରି ବନ୍ଦ ରହିଥିବା କୋଣାର୍କ ମନ୍ଦିର ପର୍ଯ୍ୟଟକ ଙ୍କ ପାଇଁ ଆଗାମୀ ଦିନରେ ସଂକ୍ରମଣ କୁ ଦୃଷ୍ଟି ରେ ରଖି କେବେ ଓ କିପରି ସାମାଜିକ ଦୂରତା ମାସ୍କ ପରିଧାନ କୁ କଡାକଡି ଭାବେ ପାଳନ କରାଯାଇ ଖୋଲାଯିବ ତାହା ର ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ ବଲ୍ଳବନ୍ତ ସିଂ ପ୍ରକାଶ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

error: Content is protected !!