ଗ୍ରାମ ପଞ୍ଚାୟତ ରିଟେଲରସିପ୍ ଲାଇସେନ୍‌ସ ସରପଞ୍ଚଙ୍କ ନାମରେ ହେବାକୁ ଦାବୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ଗ୍ରାମ ପଞ୍ଚାୟତର ରିଟେଲରସିପ୍ ଲାଇସେନ୍‌ସ୍ କେବଳ ସଂପୃକ୍ତ ଗ୍ରାମ ପଞ୍ଚାୟତର ପିଇଓଙ୍କ ନାମରେ ସରକାର କରାଇବାର ବ୍ୟବସ୍ଥା କରିଛନ୍ତି । ଗ୍ରାମ ପଞ୍ଚାୟତର ପିଡିଏସ୍ ସାମଗ୍ରୀ ପିଇଓଙ୍କ ନାମରେ ଉଠାଯାଉଛି । କିନ୍ତୁ ପ୍ରକୃତ ପକ୍ଷରେ କୌଣସି ଗ୍ରାମ ପଞ୍ଚାୟତରେ ପିଇଓ ପିଡିଏସ୍ ସାମଗ୍ରୀ ଉଠାଣ ଓ ବଣ୍ଟନରେ ସମୟ ଦେବା ସମ୍ଭବପର ହେଉନାହିଁ । ସରପଞ୍ଚ ଏବଂ ତାଙ୍କ ସମର୍ଥକ ମାନେ ପିଇଓଙ୍କ ନାମରେ ପିଡିଏସ୍ ସାମଗ୍ରୀ ଉଠାଣ ଏବଂ ବଣ୍ଟନ କାର୍ଯ୍ୟ କରୁଛନ୍ତି । ଲାଭାଂଶ ମଧ୍ୟ ସେମାନେ ପାଉନଥିବା ଜଣାଯାଇଛି । କିନ୍ତୁ ସେମାନେ ସରକାରୀ ନିୟମ ଅନୁଯାୟୀ ପିଇଓଙ୍କୁ ଠିକ୍ ଭାବେ ସହାୟତା କରୁନଥିବାର ଜଣାଯାଇଛି । ଭବିଷ୍ୟତରେ ଅଡିଟ୍ ବେଳେ ରିକୋଭରି ପିଇଓଙ୍କ ନାମରେ ହେଉଛି । ଏହାଦ୍ୱାରା ସଂପୃକ୍ତ ପିଇଓ ମାନେ ବିଭିନ୍ନ ମାନସିକ ଚାପ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି । ଗ୍ରାମ ପଞ୍ଚାୟତର ସମସ୍ତ ଦେଣନେଣରେ ସରପଞ୍ଚଙ୍କ ପ୍ରତ୍ୟେକ୍ଷ ସଂପୃକ୍ତି ରହୁଥିବା ବେଳେ ପିଡିଏସ୍ ସାମଗ୍ରୀ ଦେଣନେଣରେ ପ୍ରତ୍ୟେକ୍ଷ ଭାବେ ସେମାନେ ସଂପୃକ୍ତି ଥାଇ ସୁଦ୍ଧା କାଗଜ କଲମରେ ସରପଞ୍ଚଙ୍କର କୌଣସି ସଂପୃକ୍ତି ରହୁନାହିଁ । ଯାହାଫଳରେ ପିଇଓ ମାନେ ବିଭିନ୍ନ ପ୍ରକାରର ମାନସିକ ଚାପ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ଶୀକାର ହେଉଛନ୍ତି । ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିବା ବେଳେ ଗ୍ରାମ ପଞ୍ଚାୟତ ରିଟେଲରସିପ୍‌ରେ ସରପଞ୍ଚ ମାନଙ୍କୁ ପ୍ରତ୍ୟେକ୍ଷ ଭାବେ ସଂପୃକ୍ତ କରାଇ ସରପଞ୍ଚ ମାନଙ୍କ ନାମରେ ରିଟେଲରସିପ୍ ଲାଇସେନସ୍ କରାଯାଇ ପିଡିଏସ୍ ସାମଗ୍ରୀ ବଣ୍ଟନ କରିବାକୁ ଦାବୀ ହୋଇଛି । ଜଣେ ସାଧାରଣ ବ୍ୟକ୍ତିଙ୍କ ନାମରେ ରିଟେଲରସିପ୍ ଲାଇସେନସ୍ ହୋଇପାରୁଥିବା ବେଳେ ସରପଞ୍ଚଙ୍କ ନାମରେ ରିଟେଲରସିପ୍ ଲାଇସେନସ୍ କରାଇବାରେ ଅସୁବିଧା କେଉଁଠି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ