ଅନଲାଇନ୍ ଶିକ୍ଷା ପାଇଁ ଶିକ୍ଷକ ମାନଙ୍କୁ ସ୍ମାର୍ଟଫୋନ୍ ଯୋଗାଇ ଦେବାକୁ ଦାବୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ସାମ୍ପ୍ରତିକ ପରିସ୍ଥିତିରେ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍ ପାଠପଢିବାର ବ୍ୟବସ୍ଥା କରିଛନ୍ତି । ମାତ୍ର ଏଥିରେ କେତେକ ଅସୁବିଧା ପରିଲକ୍ଷିତ ହେଉଛି । ବହୁ ଛାତ୍ରଛାତ୍ରୀ ମାନଙ୍କ ପାଖରେ ସ୍ମାର୍ଟଫୋନ୍ ନଥିବାରୁ ସରକାର ସ୍ମାର୍ଟଫୋନ୍ ଯୋଗାଇ ଦେବାର ବ୍ୟବସ୍ଥା କରୁଛନ୍ତି । ହେଲେ ଗ୍ରାମାଞ୍ଚଳରେ ନେଟୱାର୍କ ଉପଲବ୍ଧ ହେବା ନଥିବାରୁ ଛାତ୍ରଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଶତକଡା ୮୦ଭାଗ ଶିକ୍ଷକଙ୍କ ପାଖରେ ସ୍ମାର୍ଟଫୋନ୍ ନଥିବା ଜଣାଯାଇଛି । ବିଭିନ୍ନ ତାଲିମ କାର୍ଯ୍ୟକ୍ରମରେ ଶିକ୍ଷକ ମାନଙ୍କ ପାଖରେ ସ୍ମାର୍ଟଫୋନ ନଥିବାରୁ ସ୍ମାର୍ଟଫୋନ୍ ଥିବା ଶିକ୍ଷକଙ୍କ ପାଖରେ ଫୋନ୍ ନଥିବା ଶିକ୍ଷକ ମାନେ ବସି ଅନ୍‌ଲାଇନ୍‌ରେ ଟ୍ରେନିଂ ଟେଷ୍ଟର ଉତ୍ତର ଦେଇଥାନ୍ତି । ଗୋଟିଏ ସ୍ମାର୍ଟଫୋନରେ ଏକାଧିକ ଶିକ୍ଷକ ଅନ୍‌ଲାଇନ୍ ଟେଷ୍ଟର ଉତ୍ତର ଦେଇଥାନ୍ତି । ଗ୍ରାମାଞ୍ଚଳରେ ନେଟ୍‌ୱାର୍କ ଉପଲବ୍ଧ ପାଇଁ ବ୍ୟବସ୍ଥା କରାଇବା ସହିତ ସରକାରୀ କାର୍ଯ୍ୟ ପାଇଁ ଅନ୍ୟ ସରକାରୀ କର୍ମଚାରୀ ମାନଙ୍କ ଭଳି ଶିକ୍ଷକ ମାନଙ୍କୁ ସ୍ମାର୍ଟଫୋନ୍ ଯୋଗାଇ ଦେବାକୁ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ