ଖାଉଟି ସାମଗ୍ରୀ ପାଇବା ଦାବିରେ ବ୍ଲକ ସମ୍ମୁଖରେ କାର୍ଡଧାରୀ ଧାରଣା ଦେବେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ଜଂଟିଲୋ ରିଟେଲର ଅମୀୟ କୁମାର ବାରିକ ଚଳିତବର୍ଷ ଅପ୍ରେଲ,ମଇ ଓ ଜୁନମାସର ପିଡିଏସ ସାମଗ୍ରୀ ଯଥା ଚାଉଳ,ଗହମ ପ୍ରଭୃତି ସୁଚାରୁ ରୂପେ ବଂଟନ କରିଥିଲେ । କିନ୍ତୁ ଜୁଲାଇ ଓ ଅଗଷ୍ଟମାସର ଖାଉଟି ସାମଗ୍ରୀ ବଂଟନ ପାଇଁ ତାଙ୍କ ନାମରେ ଆଲଟମେଂଟ ଥାଇ ସୁଦ୍ଧା ତାଙ୍କୁ ପିଡିଏସ ସାମଗ୍ରୀ ବାଂଟିବାକୁ ଦିଆନଯାଇ ନିକଟସ୍ଥ ରିଟେଲରଙ୍କୁ ବାଂଟିବାକୁ ଦିଆଯାଇଥିଲା । ଏହାର ପ୍ରତିବାଦରେ ରିଟେଲର ଅମୀୟ ଓଡିଶା ଓଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟ ଅମୀୟଙ୍କୁ ପିଡିଏସ କୋଟା ବନ୍ଦ କରାଯିବା ଉପରେ ରୋକଲଗାଇ ପରବର୍ତ୍ତି ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ପିଡିଏସ କୋଟା ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ ବି କେଉଁ କାରଣ ପାଇଁ ବ୍ଲକ ପ୍ରଶାସନ ହାଇକୋର୍ଟଙ୍କ ନିର୍ଦେଶକୁ ପାଳନ କରୁନାହାନ୍ତି ତାହା ବୁଝାପପଡୁନାହିଁ । ଅନ୍ୟପକ୍ଷରେ ଖାଉଟିମାନେ ଖାଉଟିଦ୍ରବ୍ୟ ପାଇବାରେ ଅସୁବିଧାର ସମ୍ମୁଖିନ ହେଉଥିବାରୁ ସେମାନେ ଏନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି କେନ୍ଦ୍ରାପଡା ବିଡିଓଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ