କ.ନୂଆଗାଁରେ କରୋନା ପଜିଟିଭ୍ ଚିହ୍ନଟ ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ପଞ୍ଚାୟତର ୦୮ନଂ ୱାର୍ଡ(ଚଣାପଦର)ରୁ ଜଣେ ଯୁବତୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଚିହ୍ନଟ ଯୁବତୀ ଜଣକ ବୌଦ୍ଧ ଲିଙ୍କ ଥିବାବେଳେ କ.ନୂଆଗାଁ ବଜାରରେ ଏକ ରାକ୍ଷୀ ଦୋକାନରେ ବ୍ୟବସାୟୀଙ୍କୁ ସହଯୋଗ କରୁଥିଲେ । ସେ ଯେଉଁ ବ୍ୟବସାୟୀଙ୍କୁ ସହଯୋଗ କରୁଥିଲେ ତାଙ୍କର ଏକ ପରିବା ଦୋକାନ ମଧ୍ୟ ଅଛି । ତେବେ ପ୍ରଶାସନ ତରଫରୁ ଉକ୍ତ ଦୋକାନକୁ ସିଲ୍ କରାଯାଇଛି । ସେ ୬ଟି ପରିବାର ସଂସ୍ପର୍ଶରେ ଆସିଥିବା ସୂଚନା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଚଣାପଦର, ପୁରୁଣାନୂଆଗାଁ, ଯୁଗାପଦର ନୂଆଗାଁ, କଂଜାମେଣ୍ଡି, ରାଜଘରା, ସୁରାପାଙ୍ଗା, ଗଜିପଦର, ଡେଡିମାହା, ଗହିଙ୍ଗିଆ ଓ କୁଡୁତୁଲି ପଞ୍ଚାୟତର ଶ୍ରୀରାମପଲ୍ଲୀକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହା ସହ ବଫର୍ ଜୋନ୍ ଭାବେ ନୂଆ ରାଜଘରା, ଜୁରୁକପଡା, କମାଙ୍ଗି, ଗୁଂଜିଗାଁ, ଡପାରଗାଁ, କୁଟିକିଆ, କୁଡୁତୁଲି, ମାରବାଲି, ଡାମେରିକିଆ, ବୁଡାବାଲି, ଡେଙ୍ଗଲାରଗାଁ, ସାରକେତା, ଜନାଗୁଏଲ, ଜମା, ଲିମାପଦରକୁ ଘୋଷଣା କରାଯାଇଛି । କରୋନା ପଜିଟିଭ୍ ଚିହ୍ନଟ ପରେ କ.ନୂଆଗାଁ ବଜାରକୁ ସାନିଟାଇଜର କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ସ୍ୱୀକୃତି ପ୍ରାପ୍ତ ବ୍ୟବସାୟୀଙ୍କ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ