ଭୋଟରଦାତାଙ୍କୁ ଲୋଭେଇବା ପାଇଁ ଯୋଜନା, ସହାୟତା ଦେବା ଠାରୁ ନେଇ ସୁନା ଏବଂ ଋଣ ଦେବା ଆଦି ସାମିଲ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ଏବେ ପାଖେଇ ଆସୁଛି । ଏହି ସମୟରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଭୋଟରଦାତାଙ୍କୁ ଲୋଭେଇବା ପାଇଁ ଯୋଜନା ଉପରେ ଯୋଜନା କରି ପୋତି ପକାଉଛନ୍ତି । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ରାଜନୈତିକ ପ୍ରଥମିକତା ପ୍ରସ୍ତୁତ କରୁଛନ୍ତି । ଏଥିରେ କୃଷକଙ୍କ ଋଣଛାଡ ଠାରୁ ନେଇ କୃଷକଙ୍କୁ ଆୟ ସହାୟତା ଦେବା ଠାରୁ ନେଇ ସୁନା ଏବଂ ବେରୋଜଗାରୀଙ୍କୁ ଋଣ ଦେବା ଆଦି ସାମିଲ ରହିଛି ।

ଆସାମରେ ଶାସନ କରୁଥିବା ବିଜେପି ସରକାରଙ୍କ ଅର୍ଥମନ୍ତ୍ରୀ ହେମନ୍ତ ସିଶ୍ୱ ଶର୍ମା ରାଜ୍ୟରେ ୩୮ହଜାର ଟଙ୍କା ପର୍ଯ୍ୟନ୍ତ ସୁନା ଦେବା ପାଇଁ ଘୋଷଣା କରିଛନ୍ତି । ଏହି ସୁନା ସେହି ଯୁବତୀମାନଙ୍କୁ ଦିଆଯିବ ଯେଉଁମାନଙ୍କର ବାର୍ଷିକ ଆୟ ୫ଲକ୍ଷ ଟଙ୍କାରୁ କମ ହୋଇଥିବ । ସେ ଏହି ଯୁବତୀଙ୍କୁ ବାଇକ ଦେବା ପାଇଁ ମଧ୍ୟ କହିଛନ୍ତି । ଇ-ବାଇକ ପାଇଁ ସେ ଉଚ୍ଚତର ମାଧ୍ୟମିକ ପରୀକ୍ଷାରେ ପ୍ରଥମ ଖ୍ନେଣୀରେ ଉତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏତଦ୍ ବ୍ୟତୀତ ଏହି ଅର୍ଥ ବର୍ଷରେ ଶିକ୍ଷା ଋଣରେ ୫୦ହଜାର ଟଙ୍କାର ୱାନ ଟାଇମ ସବସିଡି ମିଳିବ ବୋଲି ଘୋଷଣା କରାଯାଇଛି ।

ସେହି ସମୟରେ ମଧ୍ୟପ୍ରଦେଶର କମଲନାଥ ସରକାର ବେରୋଜଗାର ଯୁବକଙ୍କୁ ୪ହଜାର ଟଙ୍କା ଭତା ଦେବା ପାଇଁ ଘୋଷଣା କରିଛନ୍ତି । ରାଜସ୍ଥାନରେ ଏହା ୩ହଜାରରୁ ୩,୫୦୦ ମିଳିବ । କମଲନାଥ ଆଉ ଏକ ଯୋଜନା ଗୋଷଣା କରିଛନ୍ତି କି, ସହରୀ ଯୁବକଙ୍କୁ ୧୦୦ଦିନର କାମ କରିବାର ଗ୍ୟାରେଂଟି ଦେବେ । ଏହି ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀ ଗଣତନ୍ତ୍ର ଦିବସ ଅବସରରେ ଦେଇଛନ୍ତି । କଂଗ୍ରେସ ଶାସନରେ ବୃଦ୍ଧଙ୍କର ପେନଶନକୁ ବଢାଇ ୩୦୦ରୁ ୬୦୦ ଟଙ୍କା କରାଯାଇଛି । ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ଟ୍ୟାକ୍ସ ଛାଡ କରି ଦେଇଛନ୍ତି । ବହୁତ ରାଜ୍ୟରେ କୃଷକଙ୍କ ପାଇଁ ଋଣ ଛାଡ ଘୋଷଣା କରାଯାଇଛି । ଓଡିଶା ଏବଂ ଝାରଖଣ୍ଡ ଏହାକୁ ସମର୍ଥନ କରିଛନ୍ତି ।

ଓଡିଶାର କାଳିଆ ଯୋଜନା ଏବଂ ତେଲେଙ୍ଗାନାର ରାୟଥୁ ବନ୍ଧୁରେ ବାର୍ଷିକ ୨୨ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ପଶ୍ଚମବଙ୍ଗ କଥା ଦେଖିବାକୁ ଗଲେ ସେଠାରେ ବେରୋଜଗାର ଯୁବକଙ୍କୁ ୧,୫୦୦ଟଙ୍କା ଦିଆଯାଉଛି । ହରିୟାଣାରେ ୯୦୦ରୁ ୧,୫୦୦ଟଙ୍କା ଦିଆଯାଉଛି । କେରଳରେ ଏହି ରାଶି ୧,୪୪୦ଟଙ୍କା ଦିଆଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ