ସାପ କାମୁଡାରେ ଯୁବକ ମୃତ

ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ଗୋଲସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ସାପ କାମୁଡାରେ ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ପରିଚୟ କାଳିଆ ପାତ୍ର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରବିବାର ପ୍ରାୟ ୫ ଘଣ୍ଟା ସମୟରେ ସ୍ତ୍ରୀ ଧାନ କ୍ଷେତକୁ ଯାଇଥିବା ବେଳେ ସ୍ୱାମୀ କାଳିଆ ନିଜର ମଜୁରିଆ କାମ ସାରି ଖାଇବା ନିମନ୍ତେ ରୋଷେଇ ଘରକୁ ଖାଦ୍ୟ ଆଣିବାକୁ ଯାଇଥିବା ବେଳେ ରୋଷେଇ ଘରେ ଥିବା ଏକ ବିଷାକ୍ତ ସାପ କାମୁଡାରେ କାଳିଆ ଗୁରୁତର ଆହାତ ହୋଇଥିଲେ । ସାପ କାମୁଡିବା ଜାଣି ସଂଗେ ସଂଗେ କାଳିଆ ନିକଟସ୍ଥ ବେଲଗୁଣ୍ଠା ଗୋଷ୍ଠି ସ୍ୱାସ୍ୟ୍ଥ କେନ୍ଦ୍ରକୁ ଯାଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଞ୍ଜନଗର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସଂନ୍ଧ୍ୟା ପ୍ର୍ରାୟ ୭.୨୦ ମିନିଟ ଚିକିସ୍ରାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସଂନ୍ଧ୍ୟା ହୋଇଯାଇଥିବାରୁ ତାଙ୍କର ଆଜି ଶବ ବେବଚ୍ଛେଦ ହୋଇପାରିନାହିଁ । ଆସନ୍ତା କାଲି ତାଙ୍କର ଶବବେବଚ୍ଛେଦ କରାଯିବା ସହ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ