କେନ୍ଦ୍ରୀୟ ପଣ୍ୟାଗାର ନିଗମ ପ୍ରସଙ୍ଗ ,ରହିତାଦେଶ ଜାରିକଲେ ହାଇକୋର୍ଟ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଭୂବନେଶ୍ୱରେରେ ଅବସ୍ଥିତ ଥିବା ପଣ୍ୟାଗାର ନିଗମର ଆଂଚଳିକ କାର୍ଯ୍ୟାଳୟକୁ ବିହାର ରାଜଧାନୀ ପାଟନାକୁ ଉଠାଇ କେନ୍ଦ୍ରୀୟ କାର୍ଯ୍ୟାଳୟ ନିଷ୍ପତ୍ତି ଉପରେ ଓଡିଶା ହାଇକୋର୍ଟ ରହିତା ଦେଶ ଜାରୀ କରିବା ସହ ସେପ୍ଟେମ୍ବର ୯ ତାରିଖ କୁ ଧାର୍ଯ୍ୟକରିଛନ୍ତି । ଭୂବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ପଣ୍ୟାଗାର ନିଗମର କେନ୍ଦ୍ରୀୟ ପଦାଧିକାରୀ ଗତ ଜୁଲାଇ ୭ ତାରିଖରେ ଆଂଚଳିକ କାର୍ଯ୍ୟାଳୟକୁ ପାଟନାସ୍ଥିତ ଆଂଚଳିକ କାର୍ଯ୍ୟାଳୟ ସହିତ ଚ୍ୟାଲେଞ୍ଜ କରି ଉଚ୍ଚନ୍ୟାୟଳୟର ଦ୍ୱାରସ୍ଥ ହୋଇ୍ଛନ୍ତି ।ଶ୍ରୀ ପ୍ରଧାନ ଦର୍ଶାଇଥିଲେ ଯେ, ୧୯୯୦ ମସିହାରୁ କାର୍ଯ୍ୟରତ କେନ୍ଦ୍ରୀୟ ପଣ୍ୟାଗାର ନିଗମର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶାର ୧୫ଟି ଜିଲ୍ଲାରେ ୨୧ଟି ପଣ୍ୟାଗାର କେନ୍ଦ୍ର ଖୋଲି ବ୍ୟାପକ ପରିମାଣର ଖାଦ୍ୟଶସ୍ୟ ମହଜୁଦ କରି ରଖି ଆସୁଅଛି । ପ୍ରାୟ ୩.୪ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ମହଜୁଦ କରି ରଖିବାର ଶକ୍ତି ଏହି ପଣ୍ୟାଗାର ନିଗମ ଅଛି । ଭାରତୀୟ ଖାଦ୍ୟ ନିଗମ, ଓଡ଼ିଶାରାଜ୍ୟ ଖାଦ୍ୟ ଯୋଗାଣ ନିଗମ, ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ସମେତ ଅନେକ ଛୋଟ ଛୋଟ ସଂସ୍ଥା ସେମାନଙ୍କର ଖାଦ୍ୟଶସ୍ୟ ମହଜୁଦ କରି ରଖୁଛନ୍ତି ଏବଂ ଆବଶ୍ୟକସ୍ଥଳେ ବା ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ପଣ୍ୟାଗାର କେନ୍ଦ୍ରଗୁଡ଼ିକ ଠିକ୍ ସମୟରେ ଖାଦ୍ୟଶସ୍ୟ ଯୋଗାଇ ଆସୁଛନ୍ତି । ଗତ ୫ ବର୍ଷ ଧରି ଏହି ଆଞ୍ଚଳିକ କାର୍ଯ୍ୟାଳୟ କ୍ରମାଗତ ଲାଭ ଦେଖାଇ ଆସୁଛି । ପଣ୍ୟାଗାର କେନ୍ଦ୍ରଗୁଡ଼ିକର ଉପଯୁକ୍ତ ପରି•ଳନା ହୋଇପାରିବ ନାହିଁ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲୋକମାନଙ୍କୁ ପାଟଣା ଯିବାକୁ ପଡିବ । ତେଣୁ ଏହି ନିର୍ଦ୍ଦେଶନାମାର ପ୍ରତ୍ୟାହାର ଅତ୍ୟନ୍ତ ଜରୁରୀ ଦର୍ଶାଇ ଶ୍ରୀ ପ୍ରଧାନ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଏହି ମାମଲାକୁ ଅବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନ୍ଜୀବୀ ଶ୍ରୀ ଜ୍ୟୋତି ପଟ୍ଟନାୟକ ଓ ଶ୍ରୀ ଅଶ୍ୱିନୀ କୁମାର କର୍ମି ପରି•ଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ