ରାଜ୍ୟସ୍ତରୀୟ ଯୁବଉତ୍ସବ ପାଇଁ କେନ୍ଦ୍ରାପଡାରୁ ୩୧ପ୍ରତିଯୋଗୀଙ୍କ ଭୁବନେଶ୍ୱର ଯାତ୍ରା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲାସ୍ତରୀଯୁବ ମହୋତ୍ସବରେ ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଶ୍ରେଷ୍ଠ ପ୍ରତିଯୋଗୀମାନେ ରାଜ୍ୟସ୍ତରରେ ଆୟୋଜିତ ହେବାକୁ ଥିବା ଯୁବ ମହୋତ୍ସବରେ ଯୋଗଦେବା ପାଇଁ ମଙ୍ଗଳବାର ଭୁବନେଶ୍ୱର ଯାତ୍ରା କରିଛନ୍ତି। ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏଠାରୁ ୩୧ ଜଣ ପ୍ରତିଯୋଗୀ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ବସ ଯୋଗେ ଯାଇଛନ୍ତି। ଆଜି ସକାଳେ ଜିଲ୍ଲାପାଳ ରଘୁରାମ ଆର. ଆୟର ପ୍ରତିଯୋଗୀ ମାନଙ୍କୁ ଯାତ୍ରା ପୂର୍ବରୁ ଉତ୍ସାହିତ କରିବା ସହିତ ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି। ଜିଲ୍ଲାପାଳ ଶ୍ରୀ ଆୟର ପତକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ୨୪ ଡିସେମ୍ବରରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ