ତୀର୍ଥ ଯାତ୍ରାରେ ଗଲେ ୩୧ ବରିଷ୍ଠ ନାଗରିକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରୁ ୩୧ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯାଇଥିବା ଜଣାଯାଇଛି । ବ୍ଲକ ପରିସରରେ ବିଡିଓ ସୀତାକାନ୍ତ ରାଉତ ତୀର୍ଥ ଯାତ୍ରୀ ମାନଙ୍କର ଶୁଭ କାମନା କରିବା ସହିତ ତୀର୍ଥଯାତ୍ରୀ ଗାଡିକୁ ପତାକା ଦେଖାଇ ବିଦାୟ ଦେଇଥିଲେ । ଏଥିରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ସମସ୍ତ ତୀର୍ଥ ଯାତ୍ରୀ ମାନେ ଆଜି ବାଲେଶ୍ୱରସ୍ଥିତ ନୋସି ପାର୍କ ଠାରେ ରହିବା ପରେ ବୁଧବାର ସକାଳେ ବାଲେଶ୍ୱର ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ ଯାତ୍ରା କରି ରାମେଶ୍ୱରମ୍ ଓ ମଦୁରାଇ ପରିଭ୍ରମଣ କରିବେ । ୬ଦିନ ଭ୍ରମଣ କରି ତୀର୍ଥ ଯାତ୍ରୀ ମାନେ ୧୨ ତାରିଖରେ ଭଦ୍ରକରେ ପହଞ୍ôଚବେ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ