ନୂଆଖାଇ ପାଇଁ ବାହାରିଲା ଲଗ୍ନ

ସୁନ୍ଦରଗଡ,(ଯୁଗାବ୍ଦ ନ୍ୟୁଜ) : ନୂଆଖାଇ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏଥିପାଇଁ ଚଳଚଞ୍ଚଳ ପଶ୍ଚିମ ଓଡିଶା । ମଙ୍ଗଳବାର ସୁନ୍ଦରଗଡ ଜିଲ୍ଲା ପାଇଁ ନୂଆଖାଇ ଲଗ୍ନ ସ୍ଥିର ହୋଇଛି । ଜିଲ୍ଲାର ବ୍ରାହ୍ମଣ ସମାଜ ପକ୍ଷରୁ ପଣ୍ଡିତମାନେ ବସି ଏହି ଲଗ୍ନ ଧାର୍ଯ୍ୟ କରିିଛନ୍ତି । ସୁନ୍ଦରଗଡର ରାଜା ସମରେନ୍ଦ୍ର ଶେଖର ଦେଓ ମା ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ରକୁ ଗଣନା କରି ତାରିଖ ଧାର୍ଯ୍ୟ କରିଛନ୍ତି । ତେବେ ଲଗ୍ନ ଅନୁସାରେ ରଶି ପଞ୍ଚମୀ ବା ସେପ୍ଟେମ୍ବର ୩ ପୁର୍ବାହ୍ନ ୮.୩୦ରୁ ୯ଟା ମଧ୍ୟରେ ମା ସମଲେଶ୍ୱରୀଙ୍କ ନିକଟରେ ନବାହ୍ନ ଲାଗି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ