ଗଂଜେଇ ବେପାରୀଙ୍କ ନୂଆତରିକା ତେଲ ଗାଡ଼ିରୁ ଗଂଜେଇ ଜବତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଗଂଜେଇ ଚୋରା ଚାଲାଣକାରୀମାନଙ୍କୁ ପୁଲିସ୍‍ ଦିନକୁ ଦିନ ଗିରଫ କରିବା ବୃଦ୍ଧି ପାଇଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଗଂଜେଇ ଚୋରା ଚାଲାଣକାରୀମାନେ ଏବେ ବିଭିନ୍ନ ଉପାୟରେ ଚାଲାଣ ଆରମ୍ଭ କରିଛନ୍ତି। ଏଭଳି ସ୍ଥଳେ ଶୁକ୍ରବାର ଫୁଲବାଣୀ ସଦର ପୁଲିସ୍‍ ଏକ ତେଲ ବୋଝେଇ ଟ୍ରକ୍‍କୁ ତନଖି ବେଳେ ୭୨ କେଜି ଗଂଜେଇ ଜବତ କରାଯାଇଥିବା ସଦରଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ସେଠୀ ସୂଚାନା ଦେଇଛନ୍ତି। ଗିରଫ ବ୍ୟକ୍ତିର ନାମ ମୃତ୍ୟୁଞ୍ଜୟ ବଗାର ଓ ତାହାର ଘର ବୌଦ୍ଧ ଜିଲାର ପୁରୁଣାକଟକ। ଏହି ମାମଲାରେ ତେଲ ଟାଙ୍କି ଗାଡ଼ି ନମ୍ବର ଓ.ଡ଼ି.-୧୫ ଏଚ୍‍-୬୨୦୨କୁ ମଧ୍ୟ ଜବତ କରାଯାଇଥିବା ଥାନା ସୂତ୍ରରୁ ପ୍ରକାଶ। ବିଶିପଡ଼ା ଛକରେ ଗାନି ତନଖି ବେଳେ ଏହି ଗଂଜେଇ ଜବତ କରାଯାଇଛି। ଏନେଇ କେସ ନଂ ୭୭/୨୦ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ସଦର ଏସ୍‍.ଡ଼ି.ପି.ଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି।ପ୍ରକାଶ ଯେ, ଗତ କିଛିଦିନ ତଳେ ଫିରିଙ୍ଗିଆ ପୁଲିସ୍‍ ଏକ ମାଲ ବୋଝେଇ ଟ୍ରକ୍‍କୁ ତନଖୀ ବେଳେ ବ୍ୟାପକ ସଂଖ୍ୟାରେ ଗଂଜେଇ ଜବତ କରିଥିିବା ବେଳେ ୨ ଦିନ ତଳେ ବାଲିଗୁଡ଼ା ପୁଲିସ୍‍ ଏକ ମାଲ ବୋଝେଇ ଟ୍ରକ୍‍ ତନଖି ବେଳେ ମଧ୍ୟ ଗଂଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଥିଲା।

Share

Leave a Reply

Your email address will not be published. Required fields are marked *

Latest News
   କେ.ନୂଆଗାଁ ଥାନା ସମ୍ମୁଖରେ ଦଳୀୟ କର୍ମୀଙ୍କ ଧାରଣା ମଦ ଜବତ ; ଜେଲ ଗଲେ ୪ ଅଭିଯୁକ୍ତ ୱାରେଣ୍ଟିଙ୍କୁ କୋର୍ଟ ଚାଲାଣ କରୋନା ସଂକ୍ରମଣରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ ବୁଗୁଡା ପାଞ୍ଚାୟତ ସମିତିର ନବମ ସାଧାରଣ ବୈଠକ
error: Content is protected !!