ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ
ରାଇକିଆ,(ଓ୍ବାଇଏନ୍ଏସ୍):କନ୍ଧମାଳ ଜିଲ୍ଲା ରାଇକିଆ ବିଜୟ ହାଇସ୍କୁଲ ପରିସର ରେ ଶନିବାର ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଶିବିରରେ ମୋଟ ୫୧ ୟୂନିଟ୍ ରକ୍ତ ସଂଗ୍ରୁହୀତ ହୋଇଥିଲା। ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ବେ ରକ୍ତ ଦାତା ଙ୍କ ମଧ୍ୟ ରେ ଉତ୍ସାହ ଦେଖା ଦେଇଥିଲା । ବାଲିଗୁଡା ରକ୍ତ ଭଣ୍ଡାର କର୍ମଚାରୀ ମାନେ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ଜୀବନ ବିନ୍ଦୁ ଜିଲା ସଂଯୋଜକ ଦେବେନ୍ଦ୍ର ସାମଲ, ବ୍ଲକ ବିଜେଡ଼ି ସଭାପତି ରାଜ ମୋହନ ଦିଗାଲ, ସାଂସଦ ପ୍ରତିନିଧି ସୁଧାଂଶୁ ପାଣିଗ୍ରାହୀ, ଜିଲା ପରିଷଦ ସଭ୍ୟ ମୃତ୍ୟୁଞ୍ଜୟ ପାତ୍ର, ମିଥୁନ ଦିଗାଲ, ମିଟୁ ପଣ୍ଡା, ସୁରଜ୍ ଦିଗାଲ, କୃଷ୍ଣ ବେହେରା ବହୁ ବିଜେଡ଼ି କର୍ମୀ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ। ରକ୍ତଦାନ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ଆବଶ୍ୟକତା ଓ ମହୋନୀୟତା ବିଷୟରେ ରକ୍ତଦାତାଙ୍କୁ ବୁଝାଇବା ସହିତ ଉତ୍ସାହିତ କରିଥିଲେ।