ଧର୍ମରେଖା ଫାଉଣ୍ଡେସନ ଓ ସ୍ଵଶକ୍ତି ସେବା ସଂସ୍ଥାନ ପକ୍ଷରୁ ବୃକ୍ଷ ରୋପଣ ସହ ଡ୍ରାଇଭିଙ୍ଗ ଟ୍ରେନିଂ ର ଶୁଭାରମ୍ଭ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧୀନସ୍ଥ କୁରୁଜଙ୍ଗ ଗ୍ରାମ ପଞ୍ଚାୟତ ର ଏତିହାସିକ ବୌଦ୍ଧପୀଠ ଯମଧର୍ମ କୁ ସରସ ସୁନ୍ଦର କରିବା ପାଇଁ ଯମଧର୍ମ ଠାରୁ କୁରୁଜଙ୍ଗ(୩ କି.ମି),ଓ ଯମଧର୍ମ ଠାରୁ ବାଲିଦୋକାନ (୩ କି.ମି)କୋଣାର୍କ କାକଟପୁର ମୁଖ୍ୟ ରାସ୍ତାକୁ ଏତିହାସିକ ବୌଦ୍ଧପୀଠ ଯମଧର୍ମ କୁରୁମ କୁ ଯାଉଥିବା ରାସ୍ତା ର ଉଭୟ ପାର୍ଶ୍ଵରେ ସବୁଜ ବନୀକରଣ ନିମନ୍ତେ ବୃକ୍ଷରୋପଣ ଅଭିଯାନ ସହ ଗାଡି ଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଵଶକ୍ତି ଜାଗରଣ ସେବା ସଂସ୍ଥାନ ଓ ଧର୍ମ ରେଖା ଫାଉଣ୍ଡେସନ ପକ୍ଷରୁ ଆୟୋଜନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଲୁକା ଶୀଳ୍ପି ଶ୍ରୀଯୁକ୍ତ ସୁଦାମ ପ୍ରଧାନ ଓ ସମାଜସେବୀ ତଥା ଧର୍ମ ରେଖା ଫାଉଣ୍ଡେସନ ର ଅଧକ୍ଷ ଶରତ ଜୟସିଂହ ,ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇ ଵିଭିନ୍ନ ଔଷଧ ଵୃକ୍ଷରୋପଣ କରାଯିବା ସହ ୧୦୦୦ ରୁ ଅଧିକ ନଡ଼ିଆ ଚାରା କୁ ସମସ୍ତ ଗରିବ ଚାଷୀ ମାନଙ୍କୁ ବଣ୍ଟନ କରିଥିଲେ । ଗତ ଫନି ଓ ଅମ୍ପାନ ମହାବାତ୍ୟା ସମୟରେ ଧ୍ବଂସ ଵିଧ୍ଵସ୍ଥ ଵୃକ୍ଷରାଜି କୁ ସଵୁଜିମା ରେ ପରିଣତ କରିବା ପାଇଁ ଧର୍ମ ରେଖା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ଏକ ଅନନ୍ୟ ପଦକ୍ଷେପ ଵୋଲି ଵୁଧିଜୀଵି ମହଲ ରେ ଖୁସିର ଲହରୀ ଖେଳିଯାଇଛି। ଆଗାମୀ ଦିନରେ ନିୟମିତ ଭାବରେ ଵୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ସମ୍ପାଦକ ଶିଶିରକାନ୍ତ ବିଶ୍ଵାଳ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ କୁ ଯୁବ ସମାଜସେବୀ ମୁନା ସାହୁ,କୈଳାଶ ପ୍ରଧାନ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ