କ୍ରିପ୍ଟୋ କରେନ୍ସି ଲିଙ୍କର ସନ୍ଧାନ ୩୨ଜଣଙ୍କୁ ଅଟକ: ଡିସିପି
କଟକ, (ଓ୍ବାଇଏନଏସ): କଟକ ଶିଖରପୁର ଅଞ୍ଚଳରେ ଏକ ହୋଟେଲରେ ଚଢାଉ କରି ପଶ୍ଚିମବଙ୍ଗର ୩୨ଜଣଙ୍କୁ ଅଟକ ରଖିଛି ପୁଲିସ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କଟକ ଡିସିପି ରିଷିକେଶ ଖିଲାରୀ । ଘଟଣା ଉପରୁ ପରଦା ଉଠାଇଛନ୍ତି କଟକ ଡିସିପି । ସେ କହିଛନ୍ତି ଠକି ଯାଇଥିବା କିଛି ନିବେଶକାରୀ ସେମାନଙ୍କୁ ଆଣି ହୋଟେଲରେ ରଖିଥିଲେ । ପୁରୀରେ ଲୁଚିଥିଲେ, ସେମାନଙ୍କୁ ଆଣି କଟକରେ ରଖିଥିଲେ । ପ୍ରାୟତଃ ସେମାନେ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି । କ୍ରିପ୍ଟୋ କରେନ୍ସି ଲିଙ୍କର ସନ୍ଧାନ ମିଳିଥିବାରୁ ଛାନିଭିନ ଜାରି ରହିଛି । ଉଚ୍ଚ ସୁଧ ଲୋଭରେ ନିବେଶ କରିଥିଲେ କିଛି ଲୋକ । ଯେଉଁମାନେ ନିବେଶ କରିଛନ୍ତି ସେମାନେ ମଧ୍ୟ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି । ଅପହରଣ ଓ କ୍ରିପ୍ଟୋ ଲିଙ୍କ୍ ପ୍ରମାଣିତ ହେଲେ ମାମଲା ରୁଜୁ କରିବୁ ବୋଲି ଡିସିପି କହିଛନ୍ତି ।


