ପାବନ ଶ୍ରୀକ୍ଷେତ୍ରରେ ଜନ୍ମାଷ୍ଟମୀ ଓ ନନ୍ଦତ୍ସୋବ ପାଳିତ

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ସ୍ଥିତ ପାବନ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଶୁକ୍ରବାର ଜନ୍ମାଷ୍ଟମୀ ଓ ଶନିବାର ନନ୍ଦତ୍ସୋବ ଆନନ୍ଦ ଉଲ୍ଲାସ ସହକାରେ ପ୍ରବଳ ଜନସମାଗମ ମଧ୍ୟରେ ସମ୍ପର୍ଣ୍ଣ ହୋଇଛି । ଶୁକ୍ରବାର ଶ୍ରୀଜୀଉ ମାନେ ଅ୍ରପୂର୍ବ ବେଶ ପରିପାଟୀରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ସନ୍ଧ୍ୟାରେ ଶ୍ରୀଦିଅଁ ମାନଙ୍କ ସପ୍ତକାଠି ଆଳତି ଓ ୧୦୮ ଆଳତି ଅନୁଷ୍ଠିତ ହୋଇଥିଲା । ପ୍ୱାଶ୍ୱର୍ଦେବତା ଆଳତି ପରେ ମନ୍ଦିର ଜଗମୋହନରେ ଶ୍ରୀମଦ୍ ଭାଗବତ ଦଶମ ସ୍କ୍ୱନ୍ଦ ପାଠ କରାଯାଇଥିଲା ଏବଂ ଦ୍ୱାରକିଳା ଗର୍ଭଗୃହ ମଧ୍ୟରେ ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା ଶ୍ରୀକୃଷ୍ଣଙ୍କ ଜନ୍ମନୀତି ବୈଦିକ ରୀତିରେ ସମ୍ପର୍ଣ୍ଣ କରିଥିଲେ । ଭାଗବତ ପଂକ୍ତି’ ଶ୍ରୀକୃଷ୍ଣ ଉଦରୁ ବାହାର’ ଉଚ୍ଚାରଣ ହେବା କ୍ଷଣି ଗର୍ଭଗୃହର ଦ୍ୱାର ଉନ୍ମୁକ୍ତ ହୋଇଥିଲା ଏବଂ ଭକ୍ତ ମାନେ ବାସୁକୀଫଣା ଆବୃତ ଓ ବେଷ୍ଟନ କରିଥିବା ଟୋକେଇ ମଧ୍ୟରେ ବିରାଜମାନ ମହାପ୍ରଭୁ ବାଳମୁକୁନ୍ଦଙ୍କଦର୍ଶନ ପାଇ ଅନ୍ନ୍ ବହ୍ୱଳରେ ହରିବୋଲ, ହୁଳହୁଳି ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ଉପବାସ କରୁଥିବା ଭକ୍ତମାନଙ୍କ ଭୋଗରାଗ, ନୈବେଦ୍ୟ କରାଯାଇଥିଲା । ମନ୍ଦିର ପକ୍ଷରୁ ମହାପ୍ରଭୁଙ୍କୁ ସୁସ୍ୱାଦ ରାବିଡ଼ି, କ୍ଷୀରସର ଉଖୁଡ଼ା ଆଦି ଭୋଗ ସମର୍ପଣ କରାଯାଇଥିଲା ଆରାତ୍ରିକ କର୍ପୁର ଆଳତି ଦର୍ଶନ ପରେ ଉତ୍ସବର ପରିସମାପ୍ତି ଘଟିଥିଲା । ଏହି ଅବସରରେ ମନ୍ଦିର ଭଜନଭାରତୀ ସଦସ୍ୟ ମାନେ ଭଜନ କୀର୍ତନ ପରିବେଷଣ କରିଥିଲେ ।\n ଶନିବାର ମନ୍ଦିର ଜଗମୋହନ ଠାରେ ପ୍ରଲମ୍ବିତ ସଜ୍ଜିତ ଦୋଳିରେ ମହାପ୍ରଭୁ ବାଳକୃଷ୍ଣଙ୍କୁ ବିଜେ କରାଯାଇଥିଲା ।ଦର୍ଶନ ଓ ଭୋଗରାଗ ଅର୍ପଣ ନିମନ୍ତେ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଜନସମାଗମ ହୋଇଥିଲା । ମଧ୍ୟାନ୍ନରେ ମନ୍ଦିର ରୋଷ।।ଳାରେ ସୁସ୍ୱାଦ କ୍ଷୀରି ପ୍ରସ୍ତୁତ କରାଯାଇ ଭୋଗ କରାଯିବା ପରେ ବାଳକ ବାଳେିକା ମାନଙ୍କୁ ପଂକ୍ତି କ୍ଷୀରି ପ୍ରସାଦରେ ଆପ୍ୟୟିତ କରାଯାଇଥିଲା । ମନ୍ଦିର ପ୍ରଶାସନ ସେବକନିର୍ମଳ ମିଶ୍ର, ସୁଦର୍ଶନ ପାଣିଗ୍ରାହୀ, ଅଶୋକ ସାମନ୍ତରା, ଶରତ ବିଷୋୟୀ, ସୁବାସ ସାହୁ, ସରୋଜ ନନ୍ଦ, ଉମାଶଙ୍କର ପଣ୍ଡା, ସୁଶିଳ କୁମାର ଦୋରା, ପଦ୍ମନାଭ ରଥ, ହାଡ଼ୁ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟକ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ