ଭାଇ ବାପ ଆଗରେ ଝିଅକୁ କଲେ ଗଣଦୁଷ୍କର୍ମ ୬ ଜଣ ଦୁର୍ବୁତ୍ତ

କିଷନଗଞ୍ଜ: ରାଜ୍ୟ ଓ ରାଜ୍ୟ ବାହାରେ ଦୁଷ୍କର୍ମର ସଂଖ୍ୟା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି | ତେବେ ରାଜ୍ୟରେ ଦୁଷ୍କର୍ମର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଟକ୍କର ଦେଇ ବିହାରରେ ମଧ୍ୟ ସେହିପରି ଦୁଷ୍କର୍ମ ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି | ଆଜି ରାଜ୍ୟରେ ଦୁଇଟି ସ୍ଥାନରେ ଦୁଷ୍କର୍ମ ହୋଇଥିବା ବେଳେ ବିହାରରେ ମଧ୍ୟ ଦୁଷ୍କର୍ମ ହୋଇଥିବାର ସୂଚନା ମିଳୁଛି | ଆଜି ବିହାରର କିଷନଗଞ୍ଜରେ ଏକ ଲଜ୍ଜ୍ୟଜନକ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ଜଣେ ବାପାଙ୍କୁ ବାନ୍ଧି ତାଙ୍କରି ସାମ୍ନାରେ ୬ ଜଣ ଦୁର୍ବୃତ୍ତ ଝିଅକୁ ଗଣଦୁଷ୍କର୍ମ କରିଥିବାର ଅବିଯୋଗ ହୋଇଛି ।

ତେବେ ଦୁଷ୍କର୍ମ କରିବା ପରେ ଦୁର୍ବୃତ୍ତମାନେ ଝିଅର ବାପାଙ୍କୁ ଧମକ ଦେଇ କହିଥିଲେ ଯେ ଯଦି ବଞ୍ଚିବାକୁ ଚାହୁଁଛ ତ ପୁଲିସକୁ କିଛି ନକହିବ | ପୀଡ଼ିତାର ପିତା କହିଛନ୍ତି ଯେ, ଗାଁର ୬ ଜଣ ଯୁବକ ବିଳମ୍ବିତ ରାତିରେ ଆସି କବାଟ ବାଡେଇ ଥିଲେ । ପାଣି ପିଇବା ବାହାନାରେ ରାତି ଅଧରେ ଆସି କବାଟ ଖୋଲିବା ପାଇଁ କହିଥିଲେ । ସେ ଭାବିଥିଲେ ବୋଧ ହୁଏ ବାହାରେ କେହି ଜଣେ ଶୋଷିଲା ମଣିଷ ଡାକୁଛନ୍ତି । ତେବେ ସେ କବାଟ ଖୋଲି ଦେଖିବା ବେଳକୁ ସମ୍ପୃକ୍ତ ୬ ଜଣ ଯୁବକ ସେହି ଗାଁର ଥିଲେ । ଏହାପରେ ଯୁବକମାନେ ତାଙ୍କୁ ବାନ୍ଧି ପକାଇଥିଲେ ।

ଖାଲି ସେତିକି ନୁହେଁ, ତାଙ୍କ ପୁଅକୁ ମଧ୍ୟ ବାନ୍ଧି କିଛି ଦୂରକୁ ନେଇ ଯାଇଥିଲେ । ପରେ ବାପା ଓ ପୁଅଙ୍କ ସାମ୍ନାରେ ସେମାନେ ଝିଅ ସହ ଗଣ ଦୁଷ୍କର୍ମ କରିଥିଲେ । ଆଉ ଗଲା ବେଳେ ଦୁର୍ବୃତ୍ତମାନେ ଘଟଣା ସମ୍ପର୍କରେ କାହା ପାଖରେ ପ୍ରକାଶ ନକରିବାକୁ ପୀଡ଼ିତାଙ୍କ ପିତାଙ୍କୁ ଧମକ ଦେଇ ଯାଇଥିଲେ । ସେମାନେ ଗଲା ପରେ ପୀଡ଼ିତା ଅତି ମୁମୂର୍ଷୁ ଅବସ୍ଥାରେ ଆସି ବାପ ପୁଅଙ୍କ ହାତରୁ ଦଉଡ଼ି ଖୋଲିଥିଲେ । ଏନେଇ କିଷନଗଞ୍ଜ ଥାନାରେ ଏକ ମାମଲା ରୁଜୁ ହେବା ସହ ଘଟଣାର ପୁଲିସ ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି । ତେବେ ଏପରି ଲୋମହଂସକାରୀ ଘଟଣା ଘଟିବା ପରେ ମଧ୍ୟ ପୁଲିସ କାହିଁକି କୌଣସି କାର୍ଯ୍ୟନୁଷ୍ଟାନ ନେଉ ନାହିଁ ତାହାକୁ ନେଇ ସାଧାରଣରେ ନିନ୍ଦା ହେଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ