ଜଷ୍ଟିସ ନାଇଡୁ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କରାଯାଉ : ଭିଏଚ୍‌ପି

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ରାଷ୍ଟ୍ରସନ୍ଥ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଅସଲ ହତ୍ୟାକାରୀକୁ ଧରିବା ପାଇଁ ନିଷ୍ଠାପର ପଦକ୍ଷେପ ସହିତ ତୁରନ୍ତ ନାଇଡୁ କମିଶନ ରିପୋର୍ଟକୁ ସାର୍ବଜନୀନ କରିବାକୁ ବିଶ୍ୱହନ୍ଦୁ ପରିଷଦ ପକ୍ଷରୁ ଦାବି କରାଯାଇଛି । ସ୍ଥାନୀୟ ଜୟଦେବ ପାଠାଗାରରେ ବିଶ୍ୱହିନ୍ଦୁ ପରିଷଦ ତରଫରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଗଠନର ପ୍ରଦେଶ ସଂଗଠନ ମନ୍ତ୍ରୀ ଶ୍ରୀ ଆନନ୍ଦଜୀ ପାଣ୍ଡେ କହିଛନ୍ତି ଯେ, ହିନ୍ଦୁ ସଂସ୍କୃତି ଏବଂ ରାଷ୍ଟ୍ରପ୍ରେମ ଜାଗରଣ କାର୍ଯ୍ୟରେ ଲିପ୍ତ ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ବହୁ ବର୍ଷ ଧରି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିବା ପରେ ଓଡିଶା ପ୍ରଦେଶର ଫୁଲବାଣୀ ଜିଲ୍ଲାକୁ ନିଜର କାର୍ଯ୍ୟକ୍ଷେତ୍ର ରୂପେ ଗ୍ରହଣ କରି ସେଠାକାର ବନବାସୀ ଲୋକମାନଙ୍କୁ ଜୀବନ ବଂଚିବାର ଶୈଳୀ, କୃଷିକାର୍ଯ୍ୟ, ରାଷ୍ଟ୍ରପ୍ରେମ ଓ ସଂସ୍କୃତ ବିଦ୍ୟାଳୟ ଇତ୍ୟାଦି ସ୍ଥାପନା କରିଥିଲେ । କିନ୍ତୁ ଦଃଖର ବିଷୟ ଯେ, ‘ଏହିପରି ଜଣେ ମହାନ ସର୍ବଗୁଣ ସମ୍ପର୍ଣ୍ଣ ସନ୍ଥଙ୍କୁ କିଛି ବିକୃତ ମାନସିକତାର ଆତତାୟୀ ଏବଂ ରାଷ୍ଟ୍ର ବିରୋଧି କାର୍ଯ୍ୟରେ ତଥା ଧର୍ମାନ୍ତିକରଣରେ ଇଛା ରଖିଥିବା ବ୍ୟକ୍ତି ମିଶି ୨୦୦୮ ମସିହା ଜନ୍ମାଷ୍ଠମୀ ଦିନ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପରବର୍ତୀ ସମୟରେ ଏହା ବିରୋଧରେ ହିନ୍ଦୁ ସମାଜ ମଧ୍ୟରେ ଯୋର ଧରିବାରୁ ସରକାର ଲୋକ ଦେଖାଣିଆ ଏକ ଜଷ୍ଟିସ ନାଇଡୁ କମିଶନ ତିଆରି କରି ତଥ୍ୟ ସଂଗ୍ରହ କରିଥିଲେ । କିନ୍ତୁ ଏହାକୁ ସାର୍ବଜନୀନ କରାଗଲା ନାହିଁ । ଏଣୁ ବିଶ୍ୱହିନ୍ଦୁ ପରିଷଦ ଓ ସମଗ୍ର ବିଶ୍ୱବାସୀଙ୍କ ଦାବି ନାଇଡୁ କମିଶନଙ୍କୁ ସାର୍ବଜନୀନ କରାଯାଉ ଏବଂ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ଦାବି କରିିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହାନଗର ସମ୍ପାଦକ ଶରତ ମହାପାତ୍ର, ଶ୍ରୁଭ୍ରାଶୁଂ ଶେଖର ଶତପଥି, ନାରାୟଣ ତ୍ରିପାଠୀ, ପ୍ରଳୟ କୁମାର ଚାନ୍ଦ, ପ୍ରଭାତ ତ୍ରିପାଠୀ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ