ସ୍ୱାମୀଜୀଙ୍କ ହତ୍ୟାର ୧୨ ବର୍ଷ ପରେ ବି ଦୋଷୀଙ୍କୁ ଦଣ୍ଡ ମିଳୁନାହିଁ : ହିନ୍ଦୁ ଜାଗରଣ ସାମ୍ମୁଖ୍ୟ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ପରି ଜଣେ ସମାଜସେବୀ ଏବଂ ଜନଜାତି ଲୋକମାନଙ୍କର ସାମାଜିକ, ଆର୍ଥିକ ଉତ୍‌ଥାନ ପାଇଁ କାର୍ଯ୍ୟରତ ସନ୍ଥଙ୍କର ହତ୍ୟାରେ ସଂପୃକ୍ତ କେତେକ ବ୍ୟକ୍ତି ଏବେବି ବାହାରେ ଅଛନ୍ତି କିନ୍ତୁ ସେମାନଙ୍କୁ ଧରିବା ପାଇଁ ସରକାର ତତ୍ପର ନୁହଁନ୍ତି । ଦୁଇ ଦୁଇଟି କମିଶନର ରିପୋର୍ଟ ଉପସ୍ଥାପନ ହେଉନାହଁ । କଣ ଜଣେ ମହାନ ସନ୍ଥଙ୍କର ବଳିଦାନ ବ୍ୟର୍ଥଯିବ କି ବୋଲି ହିନ୍ଦୁ ଜାଗରଣ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ବରିଷ୍ଠ ଆଇନଜୀବୀ ଶ୍ରୀ ଅଜିତ ପଟ୍ଟନାୟକ ପ୍ରକାଶ କରିଛନ୍ତି । ପଟ୍ଟନାୟକ ଦାବି କରିଛନ୍ତି ଯେ,ସ୍ୱାମୀଜୀଙ୍କ ହତ୍ୟା ୧୨ବର୍ଷ ବିତିଯାଇଥିଲେ ମଧ୍ୟ ହତ୍ୟା ପଛରେ ଥିବା ଷଡଯନ୍ତ୍ରର ଏପର୍ଯ୍ୟନ୍ତ କୌଣସି ତଥ୍ୟ ବାହାର ନକରିପାରିବା ରାଜ୍ୟ ସରକାରଙ୍କର ଅସଫଳତାକୁ ଦର୍ଶାଉଛି । ସ୍ୱାମୀଜୀଙ୍କ ବିୟୋଗରେ ଆଜି ଓଡିଶାବୀସୀ ଅନାଥ ବୋଲି ଭାବୁଛନ୍ତି । ସ୍ୱାମୀଜୀ କେବଳ ଜଣେ ଧର୍ମାଚାର୍ଯ୍ୟ ନଥିଲେ ସେ ଜଣେ କର୍ମାଚାର୍ଯ୍ୟ ଥିଲେ । ସ୍ୱାମୀଜୀଙ୍କ ହତ୍ୟା ଏକ ଦୁଭାଗ୍ୟ ପୂର୍ଣ୍ଣ ଘଟଣା ଏବଂ ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ ଆଘାତକରି ହିନ୍ଦୁଙ୍କର ସଂଖ୍ୟା କମାଇବାର ଏକ ହୀନ ଉଦ୍ୟମ କହିଲେ ଅତ୍ୟୁକ୍ତି ହେବ ନାହିଁ । କନ୍ଧମାଳ ଜିଲ୍ଲାରେ ପଛୁଆ, ଅନୁସେଚିତ ଜାତି ଓ ଜନଜାତିର ଲୋକମାନଙ୍କ ମଧ୍ୟରେ ଥିବା ହିନମନ୍ୟତାକୁ ଦୂରକରି ସେମାନଙ୍କର ସାମାଜିକ ଉତ୍‌ଥାନ ପାଇଁ ସ୍ୱାମୀଜୀଙ୍କ ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ । ବିଭେଦ ଉତ୍ପନକରି ଲୋକମାନଙ୍କୁ ମତାନ୍ତରିତ କରିବାର ହୀନ ଚକ୍ରାନ୍ତ କରୁଥିବା ଲୋକମାନଙ୍କର ସ୍ୱାମୀଜୀ ଚକ୍ଷୁଶୀଳ ହୋଇଥିବାରୁ ସ୍ୱାମୀଜୀଙ୍କୁ ହଟାଇବା ପାଇଁ ବାରମ୍ବାର ଉଦ୍ୟମ କରାଯାଇଥିଲା ଏବଂ ଶେଷରେ ତାଙ୍କ ଯୋଜନାରେ ସଫଳ ହେଲେ । ମାତ୍ର ଦୁଃଖର କଥା ୧୨ବର୍ଷ ବିତିଯାଇଥିଲେ ମଧ୍ୟ ସ୍ୱାମୀଜୀଙ୍କର ହତ୍ୟାର ରହସ୍ୟ ଉନ୍ମୋଚିତ ହୋଇ ପାରିନଥିବା ବେଳେ ହତ୍ୟାକାରୀମାନଙ୍କୁ ଘଂଟ ଘୋଡାଯାଉଛି । ତେଣୁ ରାଜ୍ୟ ସରକାର ତଦନ୍ତରେ ବିଫଳ ହୋଇଥିବାରୁ ସ୍ୱାମୀଜୀଙ୍କ ପ୍ରତି ତଥା ରାଜ୍ୟବାସୀଙ୍କ ପ୍ରତି ନ୍ୟାୟ ମିଳିପାରୁ ନାହିଁ ବୋଲି ସେ କ୍ଷଭୋ ପ୍ରକାଶ କରିଥିଲେ ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ
error: Content is protected !!