କଟକ ପୋଲିସ୍ କୁ ମିଳିଲା ସଫଳତା

କଟକ, (ଦୀପକ୍ କୁମାର ବେଉରା) : କୁଖ୍ୟାତ ଅପରାଧୀ କୁନା ଗିରଫ । ଚାଉଳିଆଗଞ୍ଜ ପୋଲିସ କୁ ମିଳିଲା ସଫଳତା । ଏକ ଲୁଟ ମାମଲା ରେ ଗିରଫ ହୋଇଛି କୁନା । ତେବେ ଗିରଫ ସମୟରେ ଏକ ପିସ୍ତଲ , ୫ରାଉଣ୍ଡ ଅଫୁଟା ଗୁଳି , ଏକ କାର ଓ ଦାମୀ ମୋବାଇଲ । ତେବେ ଘଟଣା ଟି ଏପରି ଥିଲା ଜଗତସିଂହପୁର ଜିଲା ବିରିଡି ଅଞ୍ଚଳ ର ହୃଷିକେଶ ମହାନ୍ତି କଟକ ର ଶିଖରପୁର ରେ ଏକ ସଂସ୍ଥାରେ ମ୍ୟାନେଜର ଭାବରେ କାର୍ଯ୍ୟ କରନ୍ତି । ଗତ ୧୯ ତାରିଖ ଦିନ ମଧ୍ୟାନ ସମୟରେ କୁନା ଓ ତାଙ୍କ ଦୁଇ ସାଥି ସିଧାସଳଖ ହୃଷିକେଶ ଙ୍କ ଅଫିସ କୁ ପଶି ବନ୍ଧୁକ ଦେଖାଇ ବଟି ମାଗିଥିଲେ। ଏହି ମାମଲା ରେ ଆଜି କୁନା କୁ ଗିରଫ କରିଛି ପୋଲିସ । ତେବେ କୁନା ନାଁରେ କଟକ ର ବିଭିନ୍ନ ଥାନା ରେ ୧୩ ମାମଲା ରହିଥିବା ପୋଲିସ ପକ୍ଷରୁ ସ୍ପଷ୍ଟ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ