ଖୋଲିଲା କୋଣାର୍କ ପର୍ଯ୍ୟଟନସ୍ଥଳୀ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):   ମହାମାରୀ କୋରନା ଯୋଗୁ ସବୁ ଅନୁଷ୍ଠାନ ଗୁଡିକ ପ୍ରାୟ ୫ ମାସ ଧରି ବନ୍ଦ ରହିଥିଲା | ପ୍ରଶାସନର ନିୟମକୁ ମାନି ଲୋକମାନେ ସାମାଜିକ ଦୂରତା ରକ୍ଷା କରି ନିଜେ ଘରେ ରହୁଥିଲେ | କିନ୍ତୁ ଦୀର୍ଘ ଦିନର ବ୍ୟବଧାନ ପରେ ଅନୁଷ୍ଠାନ ଗୁଡିକ ଖୋଲିବାକୁ ପ୍ରଶାସନ ଅନୁମତି ଦେଇଛନ୍ତି | ଦୀର୍ଘ ୫ ମାସ ହେବ ବନ୍ଦ ରହିଥିବା କୋଣାର୍କ ସୂର୍ଯ୍ୟମନ୍ଦିର ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । କେନ୍ଦ୍ର ସରକାରଙ୍କ ଅନୁମତି ନେଇ ମନ୍ଦିରଟି ଖୋଲା ଯାଇଛି | ଦିନକୁ ପ୍ରାୟ ଅଢେଇ ହଜାର ଲୋକ ଆସି ମନ୍ଦିର ଦର୍ଶନ କରିପାରିବେ ବୋଲି ସୂଚନା ମିଳିଛି | ଏହା ସହ ନିୟମାନୁସାରେ ସାମାଜିକ ଦୂରତା ଲୋକମାନଙ୍କ ମଧ୍ୟରେ ରହିବ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ପର୍ଯ୍ୟଟକଙ୍କ ଥର୍ମାଲ ସ୍କିନିଂ କରାଯିବା ସହ ଅନ୍ୟାନ୍ୟ ନିୟମ ମଧ୍ୟ ପାଳନ କରାଯିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ