ଅବକାରୀ ବିଭାଗର ଚଢ଼ାଉ

ଛତ୍ରପୁର,(ଦେବଦତ୍ତ ମହାରଣା ): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଟ ଅଭିମନ୍ୟୁ ବେହେରାଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ସେପ୍ଟେମ୍ବର ୨ ତାରିଖ ସକାଳେ ଆସିକା ଅଞ୍ଚଳରେ ଏକ ବଡ ଧରଣର ଅବକାରୀ ଧରପଗଡ଼ କରାଯାଇ ରନ୍ଧା ମଦ, ପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ ସହ ୨୦ ଜଣଙ୍କୁ ଗିରଫ କରାଯାଇଛି। ଆସିକା ଅଞ୍ଚଳର ପାକଳାପଲ୍ଲୀ ଏରୋଗୁଲା କ୍ୟାମ୍ପ , ଆଇବି ଏରୋଗୁଲା କ୍ୟାମ୍ପ, ସନ୍ତୋଷି ମାଆ ଏରୋଗୁଲା କ୍ୟାମ୍ପ, ଗଣ୍ଡାପଲ୍ଲୀ, ଠେଙ୍ଗାପଲ୍ଲୀ ଓ ଜଗନ୍ନାଥପଲ୍ଲୀ ଏରୋଗୁଲା କ୍ୟାମ୍ପରେ ଅତର୍କିତ ଚଢ଼ାଉ କରାଯାଇ ମଦ ବିକ୍ରି ଓ ରନ୍ଧା ଅଭିଯୋଗ ରେ ୨୦ ଜଣଙ୍କୁ ଗିରଫ କରିବା ସହ ଦୁଇ ହଜାର ପାଞ୍ଚ ଲିଟର ରନ୍ଧା ମଦ, ୧୭,୫୫୦ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଓ ବହୁ ପରିମାଣର ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ