ଭାଗ ଚାଷୀଙ୍କ ନାମ ପଞ୍ଜିକରଣ ନିବେଦନ

ଛତ୍ରପୁର,(ଦେବଦତ୍ତ ମହାରଣା):  ଋଷିକୂଲ୍ୟା ରୟତ ମହାସଭା ତରଫରୁ ନିର୍ଦେଶାନୁସାରେ ଗଞ୍ଜାମ ଜିଲ୍ଲାରେ ୭ ଲକ୍ଷ ଚାଷୀ ଧାନ ଚାଷ କରୁଥିବା ବେଳେ ୨ ଲକ୍ଷ ରୁ ଅଧିକ ଭାଗ ଚାଷୀ ମାନେ ଧାନ ଚାଷ କରିଥାନ୍ତି | ଭାଗ ଚାଷୀ ମାନେ ହେଉଛନ୍ତି ପ୍ରକୃତ ଚାଷୀ,ଯେଉଁମାନେ କି ନିଜ ପରିବାର ସହ ପରିଶ୍ରମ କରନ୍ତି ,ସାର,ପିଡିଆ ଚାଷ ପାଇଁ ଯାହା ଆବଶ୍ୟକ ନିଜ ହାତରୁ ଖର୍ଚ କରି ନିଜର ସାଊକାର ଜମିରେ ଚାଷ କରିଥାନ୍ତି | ମାତ୍ର ସେମାନଙ୍କୁ ସୋସାଇଟି ତରଫରୁ କୃଷି ଋଣ କି ଅନ୍ୟାନ୍ୟ ଚାଷ ପାଇଁ ଆବଶ୍ୟକ ହେଉଥିବା ଜିନିଷ ପାଇଁ ପଇସା ମିଳେ ନାହିଁ , ଆପଣଙ୍କର “ବନ୍ଦନାମ ଯୋଜନା ” ମଧ୍ୟ କାର୍ଯ୍ୟକାରୀ ହେଉନାହିଁ | ଭାଗ ଚାଷୀ ମାନେ ସାଊକାର ଠାରୁ ଋଣ କରି ଘରୋଇ ଡିଲର ଓ ବେପାରୀ ମାନଙ୍କଠାରୁ ୟୁରିଆ ସାର ଦର ସରକାରୀ ମୂଲ୍ୟ ଟ ୨୬୬.୫୦ ପଇସା ଥିବା ବେଳେ ୪୫୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି | ଜିଲ୍ଲା ପ୍ରଶାସନ ଓ କୃଷି ବିଭାଗ ସବୁ ଜାଣି ଶୁଣି ନିରବ ରହୁଛି | ଚାଷୀଙ୍କ ଦୁଃଖ ବୁଝିବାକୁ ତାଙ୍କର ସମୟ ନାହିଁ,ଗତ ୨୦୧୯/୨୦ ମସିହାରେ ଧାନ ବିକିବା ପାଇଁ ୧୮ ହଜାର ଚାଷୀ ଭାଗ ପଞ୍ଜିକରଣ କରିଥିବା ବେଳେ ଚଳିତ ବର୍ଷ ମାତ୍ର ୧୭ ସହ ଭାଗ ଚାଷୀ ପଞ୍ଜିକରଣ କରିଛନ୍ତି | ଚଳିତ ବର୍ଷ ନୂଆ ନିୟମ ସମବାୟ ବିଭାଗ ଜାରି କରି ଜମି ମାଲିକର ଆଧାର କାର୍ଡ ଓ ମୋବାଇଲ ନମ୍ବର ଏବଂ ସ୍ୱୀକୃତି ପତ୍ର ପ୍ରଦାନ କଲେ ହିଁ ଭାଗ ଚାଷୀ ନାମ ପଞ୍ଜିକରଣ ହୋଇପାରିବ ଯାହା କି ସମ୍ଭବ ନୁହେ, ପୂର୍ବରୁ ସରପଞ୍ଚ କିମ୍ବା ଗ୍ରାମ କମିଟି ଲେଖିକରି ଦେଲେ ହୋଇପାରୁଥିଲା | ଏଣୁ ସମବାୟ ବିଭାଗ ଜାଣିଶୁଣି ଚାଷୀ ଭାଇ ମାନଙ୍କୁ ପଞ୍ଜିକରଣ ନ କରିବା ପାଇଁ ଚକ୍ରାନ୍ତ କରିଛନ୍ତି | ତେଣୁ ସେମାନେ ନିବେଦନ କରୁଛନ୍ତି ଆପଣ ପୂର୍ବ ବର୍ଷ ପରି ଭାଗ ଚାଷୀଙ୍କ ନାମ ପଞ୍ଜିକରଣ କରିବା ପାଇଁ ସୁବିଧା କଲେ ଗଞ୍ଜାମ ଚାଷୀ ଉପକୃତ ହେବେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ