ପୋଲିସ ବାବୁଙ୍କୁ ମାହାଙ୍ଗା ପଡିଲା ଗଞ୍ଜେଇ ଚାଲାଣ

ଝାରସୁଗୁଡ଼ା,(ଓ୍ବାଇଏନ୍ଏସ୍): ସରକାରୀ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଝାରସୁଗୁଡ଼ା ଜିଆରପିର ଦୁଇ କନଷ୍ଟେବଳଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ରେଳବାଇ ପୁଲିସ ଏସପି ତ୍ରିନାଥ ପଟେଲ ଏ ସଂପର୍କରେ ସୂଚନାଦେଇଛନ୍ତି । ନିଲମ୍ବିତ ହୋଇଥିବା ଦୁଇ କନଷ୍ଟେବଳ ହେଲେ ଝାରସୁଗୁଡ଼ା ଡ଼ିଏସଆରପି ଡ଼୍ରାଇଭର ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ଜିଆରପି ଥାନା କନଷ୍ଟେବଳ ଆଶ୍ରିତ କୁମାର ପ୍ରଧାନ ।ଗତ ଅଗଷ୍ଟ ୨୯ ତାରିଖ କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ପାତ୍ର ସରକାରୀ ଗାଡିରେ ଗଞ୍ଜେଇ ନେଇ ଝାରସୁଗୁଡ଼ା ଆସୁଥିବା ବେଳେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୁଲିସ ହାତରେ ଧରାପଡିଥିଲେ। ଗାଡିରୁ ୨୧ କେଜି ଗଞ୍ଜେଇ ଜବତ ହୋଇଥିଲା । ରେଙ୍ଗାଲି ପୁଲିସ ସରକାରୀ ଗାଡି (ଓଡ଼ି୦୫ଏପି୨୭୪୪)କୁ ଜବତ କରିଥିଲା । ସଂପୃକ୍ତ ଡ଼୍ରାଇଭର ନାଁରେ ଏନ୍ଡିପିଏସ ଆକ୍ଟରେ ମାମଲା ରୁଜୁ ହୋଇ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏହାପରେ ରେଳବାଇ ପୁଲିସ ଏକ ବିଭାଗୀୟ ତଦନ୍ତ କମିଟି ଗଠନ କରିଥିଲା । ତଦନ୍ତରେ କନେଷ୍ଟବଳ ଦ୍ବୟ ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ଜଣାପଡିବା ପରେ ଜିଆରପି ଏହି କାର‌୍ୟ୍ୟାନୁଷ୍ଠାନ ନେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ