ମହାପ୍ରସାଦ ମନା

ପୁରୀ,(ୱାଇଏନ୍ଏସ୍): କରୋନା ବିପତ୍ତି ସମୟରେ ପୁରୀ ବାହାର ଲୋକଙ୍କୁ ମିଳିବନି ବରାଦୀ ମହାପ୍ରସାଦ। କୌଣସି ସୁଆର ସେବକ ବାହାର ଲୋକଙ୍କଠାରୁ ମହାପ୍ରସାଦ ବରାଦ ରଖିବେ ନାହିଁ । ସୋମବାରଠାରୁ ସୁଆର ସେବକ, ବୋଝିଆ ଏବଂ ତୁଣିଆଙ୍କ ସଂଖ୍ୟା ପ୍ରାୟ ୭୦% ହ୍ରାସ କରାଯିବ ବୋଲି ସେ କହିଛନ୍ତି । କରୋନା ସ୍ଥିତିରେ ସୁଧାର ଆସିବା ପରେ ପୁରୀ ବାହାର ଲୋକେ ପୂର୍ବପରି ବରାଦୀ ମହାପ୍ରସାଦ ପାଇପାରିବେ । ଏବେ ବରାଦୀ ମହାପ୍ରସାଦ ଉପରେ ରୋକ୍‌ ଲଗାଇଛି ସୁଆର ନିଯୋଗ ସେବକ ପରିବାର ଏବଂ ସ୍ଥାନୀୟ ଅଧିବାସୀଙ୍କ ପାଇଁ ନିଯୋଗ ପକ୍ଷରୁ ଦକ୍ଷିଣଦ୍ବାର ନିକଟରେ ଏକ କାଉଣ୍ଟର ଖୋଲାଯାଇ ମହାପ୍ରସାଦ ଯୋଗାଯିବ ବୋଲି ଶ୍ରୀ ପ୍ରତିହାରୀ କହିଛନ୍ତି । ସୁଆର ନିଯୋଗ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ମହାପ୍ରସାଦ ପ୍ରସ୍ତୁତି, ବିକ୍ରି ଏବଂ ଯୋଗାଇବା କାର୍ଯ୍ୟରେ ନିୟୋଜିତ ଶତାଧିକ ଲୋକ ଜୀବିକା ହରାଇବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ସୁଆର ମହାସୁଆର ନିଯୋଗ ପକ୍ଷରୁ ରବିବାର ଏକ ବୈଠକରେ ଏସମ୍ପର୍କରେ ସ୍ଥିର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ