ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିଦେ୍ର୍ଧଶକଙ୍କ ବାଲେଶ୍ୱର କାର୍ଯ୍ୟାଳୟ ଗସ୍ତ

ବାଲେଶ୍ୱର,(ଯୁଗାବ୍ଦ ନୁ୍ୟଜ୍): ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ କଟକ କାର୍ଯ୍ୟାଳୟର ଉପ ନିଦେ୍ର୍ଧଶକ ପ୍ରମୋଦ କୁମାର ମଲ୍ଲିକ ବାଲେଶ୍ୱର ଗସ୍ତରେ ଆସି ବିଭାଗୀୟ ତଦନ୍ତ କାର୍ଯ୍ୟ ଶେଷ କରି ଫେରିଛନ୍ତି । ଖବରରୁ ପ୍ରକାଶ ଯେ, ‘ଓଡିଶା ଖବର’ କାଗଜ ବିପକ୍ଷରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ଉଜ୍ଜ୍ୱଳ ଚନ୍ଦ୍ର କର ଓ ସାଧାରଣ ସମ୍ପାଦକ ରବି ରଂଜନ ଦାସ ପ୍ରମୁଖ ଖବରକାଗଜ ସମ୍ବନ୍ଧରେ କେତେକ ଅଭିଯୋଗ ବାଢିଥିବାରୁ ଶ୍ରୀ ମଲ୍ଲିକ ବାଲେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରୁ ଆସି ହୋଇଥିବା ଅଭିଯୋଗ ସମ୍ପର୍କରେ ତଦନ୍ତ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ସୁବାସ ଚନ୍ଦ୍ର ନିଆଲ ଓ ଓ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଶ୍ରୀ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ