ପାଣ୍ଡବାନାଂ ଧନଞ୍ଜୟଃ

ଦୀନବନ୍ଧୁ ନାୟକ

“ବୃଷ୍ଣୀନାଂ ବାସୁଦେବୋଽସ୍ମି ପାଣ୍ଡବାନାଂ ଧନଞ୍ଜୟଃ ।” ଶ୍ରୀଗୀତାର ଦଶମ ଅଧ୍ୟାୟରେଶ୍ରୀଭଗବାନ କହୁଛନ୍ତି;- ବୃଷ୍ଣିବଂଶୀମାନଙ୍କ ମଧ୍ୟରେ ମୁଁ ବସୁଦେବ ପୁତ୍ର ବାସୁଦେବ, ପାଣ୍ଡବ ମାନଙ୍କ ମଧ୍ୟରେ ମୁଁ ଧନଞ୍ଜୟ, ଅର୍ଜୁନ ।

କେବେକେବେ ମନରେ ପ୍ରଶ୍ନଉଠେ,- ପାଣ୍ଡବ ମାନଙ୍କ ମଧ୍ୟରେ ଅର୍ଜୁନଙ୍କୁ କାହିଁକି ବାଛିଲେ ଶ୍ରୀକୃଷ୍ଣ? ଯୁଧିଷ୍ଠିର ଅର୍ଜୁନଙ୍କ ଅପେକ୍ଷା ନିଶ୍ଚିତ ଭାବେ ଅଧିକସତ୍ୟନିଷ୍ଠ, ଧର୍ମନିଷ୍ଠ, ନୀତିନିଷ୍ଠ, ଜ୍ଞାନୀ, ସଜ୍ଜନ, ସାଧୁ, ସରଳ,- ଏହିପରି କେତେକେତେ ସୁଗୁଣର ଅଧିକାରୀ । ଭୀମସେନ ତ ଶାରୀରିକବଳରେ ଅର୍ଜୁନଙ୍କ ଅପେକ୍ଷା ବହୁଗୁଣ ବଳୀୟାନ । ନକୁଳ ଅର୍ଜୁନଙ୍କ ଅପେକ୍ଷା ବହୁତସୁନ୍ଦର । ସହଦେବ ବୁଦ୍ଧି, ବିଚକ୍ଷଣତା, ପୂର୍ବାନୁମାନରେବହୁତ ଆଗରେ । ଭଗବାନ ଅର୍ଜୁନଙ୍କୁ କାହିଁକି ପାଣ୍ଡବମାନଙ୍କ ମଧ୍ୟରେ ‘ମୁଁ’ ବୋଲିକହିଲେ!

ଯୋଗେଶ୍ୱର ଶ୍ରୀକୃଷ୍ଣ ଯୋଗସ୍ଥ ହୋଇ ଏହିବାଣୀ ଉଚ୍ଚାରଣ କରିଛନ୍ତି; ତେଣୁ ଏହାସଂପୂର୍ଣ୍ଣସତ୍ୟ । ଏହାର କାରଣ ଖୋଜିବାକୁ ହେଲେ ସାଧାରଣ ସମତଳ ଦୃଷ୍ଟି ଅପେକ୍ଷା ଆହୁରିସୂକ୍ଷ୍ମ ଦୃଷ୍ଟି ଦରକାର । ଏହାସାଧୁସନ୍ଥ, ବିଜ୍ଞମାନେ କରିପାରନ୍ତି । ଜଣେ ସାଧାରଣ ଲୋକହିସାବରେ ମୋଟାମୋଟି ଗୋ଼ଟିଏ କଥା ମନକୁ ଆସୁଛି ।

ସୁଷମଖାଦ୍ୟ ବାବାଲାନସଡ୍‌ଡାଏଟ୍ କଥା ଅଳ୍ପେ ବହୁତେ ସମସ୍ତେ ଜାଣନ୍ତି । ଶରୀର ଧାରଣ ନିମନ୍ତେ ଖାଦ୍ୟ ନିହାତିଜରୁରୀ, ପ୍ରାଥମିକଜରୁରୀ, ସେଖାଦ୍ୟ ସୁଷମ ହେଲେ ଶରୀରସୁସ୍ଥ, ସନ୍ତୁଳିତସୁନ୍ଦର, ସକ୍ଷମରହେ । ଦୈନନ୍ଦିନ ପ୍ରତ୍ୟେକ ବ୍ୟକ୍ତି ଯେଉଁଖାଦ୍ୟ ଗ୍ରହଣକରନ୍ତି, ମୁଖ୍ୟତଃ ସେଥିରେ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଖଣିଜଲବଣ, ଜୀବନିକାବାଭିଟାମିନ୍ ଓ ଜଳରହିଥାଏ । ଶରୀରର ଆକାରପ୍ରକାର, ଅବସ୍ଥା ଅନୁସାରେ ଏଗୁଡିକରୁ କେଉଁଥିରୁ କେତେ ଦରକାରଏବଂ ତାହା ଶରୀରର ବୃଦ୍ଧି ଓ ପ୍ରତିରୋଧକ ଶକ୍ତି ପାଇଁ କେତେ ପରିମାଣର ହେବାଉଚିତ୍‌; ତାହାବହୁ ପରୀକ୍ଷା ନିରୀକ୍ଷାକରି ବିଶେଷଜ୍ଞମାନେ ସ୍ଥିରକରିଦେଇଛନ୍ତି । ଏହାବିଜ୍ଞାନ ସମ୍ମତ । ଏହି ଉପାଦାନ ଗୁଡିକର ଭାଗମାପ ଏପଟ ସେପଟ ହୋଇଗଲେ ବା କମ୍‌ବେଶୀ ହୋଇଗଲେ, ତାହାଶରୀରକୁ ଅସୁସ୍ଥକରିପକାଏ । ଆମସମସ୍ତଙ୍କର ପ୍ରାୟତଃ ଏ ଅନୁଭୂତିରହିଛି ଯେ, ଜିହ୍ୱାଲାଳସାରେ କୌଣସି ସୁସ୍ୱାଦୁ ଖାଦ୍ୟ – ତାହା ଯେତେବଳଯୁକ୍ତ ହୋଇଥାଉ ପଛକେ–ମାତ୍ରାରୁ ଅଧିକହୋଇଗଲେ, ପାଚନ କ୍ରିୟାରେ ଗଣ୍ଡଗୋଳ କରିଦିଏ; ଫଳତଃଶରୀର ଅସୁସ୍ଥହୋଇପଡେ । ତେଣୁ ସନ୍ତୁଳିତ ସୁଷମଖାଦ୍ୟ ଶରୀର ନିମନ୍ତେ ହିତକାରୀ ।

ଏବେଶ୍ରୀମୁଖବାଣୀକୁଫେରିବା –“ପାଣ୍ଡବାନାଂ ଧନଞ୍ଜୟଃ ।” ଅର୍ଜୁନଙ୍କ ପରେ ଅନ୍ୟ ଭାଇମାନଙ୍କରସୁଗୁଣଗୁଡିକସନ୍ତୁଳିତ ଅବସ୍ଥାରେରହିଥିଲା । ସେ ଯେପରି ଧାର୍ମିକ, ସେପରି ନୈତିକ; ଯେପରି ନୀତିନିଷ୍ଠ, ସେପରିସତ୍ୟନିଷ୍ଠ, ଧର୍ମନିଷ୍ଠ, ଯେପରିବଳଶାଳୀ, ସେପରିକୌଶଳୀ, ଯେପରିସମରବିଜୟୀ, ସେପରିସ୍ନେହଶୀଳ, ପ୍ରେମିକ, ଭକ୍ତ, ବଂଧୁବତ୍ସଳ । ରୂପଟି ଯେପରିସୁନ୍ଦର, ଗୁଣଗୁଡିକସେପରିଉକୃଷ୍ଟ । ଏଥିପାଇଁ ଅର୍ଜୁନଙ୍କୁଶାସ୍ତ୍ରମାନଙ୍କରେ ‘ଦ୍ୱିତୀକୃଷ୍ଣ’ କୁହାଯାଏ । କହିବାକୁଗଲେ, ତାଙ୍କରସନ୍ତୁଳିତବ୍ୟକ୍ତିତ୍ୱ ଥିଲା । ସମ୍ଭବତଃ, ଏଇଥିପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପାଣ୍ଡବମାନଙ୍କମଧ୍ୟରେ ‘ମୁଁ’ ବୋଲିକହିଛନ୍ତି ।

ମହାଭାରତରବର୍ଣ୍ଣନାରୁମିଳେ ଯେ, ପଂଚପାଣ୍ଡବ ପୃଥକ୍ ପୃଥକ୍‌ଶରୀର ଧାରଣକରିଥିଲେ ମଧ୍ୟ ସେମାନଙ୍କର ଆତ୍ମା ଏକ ଥିଲା । ଏକ ଆତ୍ମା, ଏକ ଧର୍ମ, ଏକ ବିଶ୍ୱାସ, ଏକ ଉଦ୍ୟମ, ସେମାନଙ୍କୁକେଡେକେଡେମହାବିପତିରୁରକ୍ଷାକରିଛି । ତାହା ପ୍ରାଞ୍ଜଳଭାବେମହାଭାରତରେବର୍ଣ୍ଣିତହୋଇଅଛି ।

କିନ୍ତୁ, ଶାସ୍ତ୍ରପୁରାଣରଚରିତ୍ର, ଘଟଣାଗୁଡିକୁ ପଢିକେବଳମନୋରଞ୍ଜନ କଲେ, ଲାଭ କଣ?ଏହିଉତମଶିକ୍ଷାଗୁଡିକୁବର୍ତମାନ କ’ଣ ଆମସମାଜରେ ଆମେ ପ୍ରଚଳନ କରି ପାରିବା ନାହିଁ?ସେ ଯୁଗ ଅପେକ୍ଷାବର୍ତମାନ ତ ବହୁବୈଜ୍ଞାନିକସାଧନସହଜରେଉପଲବ୍‌ଧ! –ଏହାରଉତର ‘ହଁ’ ହେବ । କିନ୍ତୁଗୋ଼ଟିଏବିରାଟ ପ୍ରଶ୍ନଏଇଠିଉଠେ ଯେ “କିଏ? କିଏଏହିଗୁଡିକୁ ପ୍ରଚଳନ କରିବ !”ଉତର ଆସିବ – ‘ଆମେ’; ଆମେ ଅର୍ଥାତ୍‌ମୁଁ ଓ ଆପଣମିଶିକରି ଆମେକହୁଛେ । ମୁଁ ଓ ଆପଣମିଶିକରି ଏକ ସଂକଳ୍ପ, ଏକ ଲକ୍ଷ୍ୟ, ଏକ ବିଶ୍ୱାସ, ଏକ ଉଦ୍ୟମକରିବା । ଯଦି ଆପଣକଲେ, ମୁଁକଲି ନାହିଁବାମୁଁକଲି ଆପଣକଲେ ନାହିଁ, ତାହାହେଲେସବୁ ନିଷ୍‌ଫଳହୋଇଯିବ ।

ଏହିମହାନ୍‌କର୍ମଟିକୁକରିବାକୁହେଲେ, ପାଣ୍ଡବମାନଙ୍କ ପରି ଆମମାନଙ୍କରକୁନ୍ତୀମାତା ଥିବା ଦରକାର । କୁନ୍ତୀ ଯେପରିତାଙ୍କର ପାଂଚୋଟି ପୁତ୍ରଙ୍କୁସତ୍‌ଶିକ୍ଷା ଦେଇ ସେମାନଙ୍କରଉଜ୍ୱଳବଜ୍ରଦୃଢଚରିତ୍ରଗଢି ଦେଇଥିଲେ, ସେହିପରି ଆମସମାଜ ପାଇଁ, ଉଜ୍ୱଳସମାଜ ପାଇଁ ପ୍ରତ୍ୟେକମାତାତା’ରସନ୍ତାନଙ୍କୁ ଉପଯୁକ୍ତକରିବାକୁହେବ । ଏହାମାତୃସମାଜ ପାଇଁ ଏକ ବିରାଟ ଆହ୍ୱାନ । କେବଳସ୍ନେହ, ମମତା, ଆଦର ଦେଇ ଯାହାମାତାମାନଙ୍କରସନ୍ତାନ ପ୍ରତିସ୍ୱାଭାବିକ ଦାନ, ଅଟକିଗଲେଭବିଷ୍ୟତର ପଂଚପାଣ୍ଡବଗଢି ପାରିବେ ନାହିଁ ।

କେବଳମା’ ନୁହଁନ୍ତି, ପତ୍ନୀମାନଙ୍କର ଦାୟିତ୍ୱ ଆହୁରି ଅଧିକ । ସେମାନେ ସନ୍ତାନମାନଙ୍କୁ ଉପଯୁକ୍ତଶିକ୍ଷାଦେଇ ଭବିଷ୍ୟତରସୁନାଗରୀକଗଢିବାସଂଗେସଂଗେ ପତିମାନଙ୍କୁ ପ୍ରତ୍ୟେକକ୍ଷେତ୍ରରେଉତ୍ସାହ, ପ୍ରେରଣା, ସମାଧାନ ଯୋଗାଇ ଦେଇ ତାଙ୍କରକର୍ତବ୍ୟ ପାଳନ କରିବାଉଚିତ୍ । ତାହାହେଲେ, ଆମରସମାଜ ଏକ ଆଦର୍ଶସମାଜରେ ପରିଗଣିତହୋଇପାରିବ ।

ସା :ତରାପୁର, ପୋ.ଅ.: ଲକ୍ଷ୍ମୀନଗର
ଜିଲ୍ଲା : ଯାଜପୁର
ମୋ : ୯୮୬୧୦୩୪୧୬୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ