କିସ୍ ପକ୍ଷରୁ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ଟି ସାର୍ଟ ବଣ୍ଟନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଅସନା ଗ୍ରାମପଞ୍ଚାୟତ “ଫଟା ଟାଙ୍ଗର’ ଗ୍ରାମରେ ଡଃ. ଅଚ୍ୟୁତାନନ୍ଦ ସାମନ୍ତ’ଙ୍କ ଦ୍ୱାରା ପ୍ରତିଷ୍ଠିତ କିସ୍ ଇନ୍ସଟିଚ୍ୟୁଟ ଅନୁଷ୍ଠାନ ପକ୍ଷରୁ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ଓ ଟିସାର୍ଟ ପ୍ରଦାନ କରାଯାଇଛି । କଳିଙ୍ଗ ଇନ୍ସଟିଚ୍ୟୁଟ ଅଫ୍ ସାଇନ୍ସେଜ ଅନୁଷ୍ଠାନରେ ଅଧ୍ୟୟନରତ ବହଳଦା ବ୍ଲକ ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ କିସ୍ ଅନୁଷ୍ଠାନ ର ବହଳଦା ବ୍ଲକ୍ ସଂଯୋଜକ ମାଧବ ଦେଓଗାମ୍ ଓ କିସ୍ ର କାର୍ଯ୍ୟରତ ଶିକ୍ଷକ ସମୀର ମୁଣ୍ଡା ତଥା ଜିତରାୟ ହାଁସଦାଃ ପ୍ରମୁଖ’ଙ୍କ ଦ୍ୱାରା ଫଟା ଟାଙ୍ଗର ଗ୍ରାମ ସ୍ଥିତ ଅସ୍ଥାୟୀ ଶିବିରରେ ଛାତ୍ରଛାତ୍ରୀ’ଙ୍କୁ ଡାଲି,ଚୂଡା,ଚିନି ଓ ବିସ୍କୁଟ ପକେଟ୍ ସହିତ ଟି ସାର୍ଟ ପ୍ରଦାନ କରିଛନ୍ତି । ଏଠାରେ ବହଳଦା ବ୍ଲକର ବିଭିନ୍ନ ଗ୍ରାମ ଯଥା ଚହଲାପଦା,ଅସନା,ବଡକେଡମ,ହେଁସଡା,ଇଚାଡିହି, କେନ୍ଦୁଆ,ମଲିକେଡମ,ବହଳଦା,କାଦୁଆଣି,ଭୂରୁଷା,ଜଗନ୍ନାଥପୁର ଆଦି ଗ୍ରାମରୁ ମୋଟ ୭୮’ଜଣ ଛାତ୍ରଛାତ୍ରୀ’ଙ୍କ ମଧ୍ୟରୁ ୫୬ ଜଣ ଛାତ୍ରଛାତ୍ରୀ ଅଭିଭାବକଙ୍କ ସହିତ ପହଞ୍ଚି ଶୁଖିଲା ଖାଦ୍ୟ ଓ ଟି ସାର୍ଟ ଗ୍ରହଣ କରିଥିଲେ । କରୋନା ମହାମାରୀ ଯୋଗୁଁ ଅନୁଷ୍ଠାନ ଛାଡି ଘରେ ଥିବା ପିଲା ମାନଙ୍କୁ ଇନ୍ସଟିଚ୍ୟୁଟ୍ ପକ୍ଷରୁ ବହିପତ୍ର ସହିତ ଖାଦ୍ୟ ସାମଗ୍ରୀ ଓ ଅନଲାଇନରେ ଶିକ୍ଷା ଯୋଗାଇବାର ବ୍ୟବସ୍ଥା କରାଯାଇଛି । ଫଟା ଟାଙ୍ଗର ଅସ୍ଥାୟୀ ଶିବିରରେ ପୂର୍ବରୁ ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ସାମଗ୍ରୀ ବଣ୍ଟନ କରାଯାଇଥିଲାବେଳେ ମଙ୍ଗଳବାର ଦିନ ଚତୁର୍ଥ ପର୍ଯ୍ୟାୟ ଶିବିରରେ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ସାମଗ୍ରୀ ବଣ୍ଟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ