ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ରୋଗୀ ମାନଙ୍କୁ ଫଳ ବଣ୍ଟନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ବିଜେପି ତରଫରୁ ସେପ୍ଟେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ସାରା ଭାରତରେ ସେବା ସପ୍ତାହ ପାଳନ କରାଯାଉଛି । ପଶ୍ଚିମ ମୟୁରଭଞ୍ଜ ମହିଳା ମୋର୍ଚ୍ଚା ତରଫରୁ ବୁଧବାର ଦିନ ସେବାକାର୍ଯ୍ୟ କରାଯାଇଛି । ଦଳ ତରଫରୁ ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରୋଗୀ ମାନଙ୍କୁ,ଦୁଇ ନମ୍ବର ଓ୍ବାର୍ଡର କଲୋନୀ ବାସୀଙ୍କୁ ମହିଳା ମୋର୍ଚ୍ଚା ସଭାପତି ନେତ୍ରୀ ମିଥିଳା ଟୁଡୁଙ୍କ ନେତୃତ୍ବରେ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜେପି ସଂପାଦକ ନବୀନ ରାମ ,ମିଡ଼ିଆ ପ୍ରଭାରୀ କିଶୋର ରଜକ ଯୋଗ ଦେଇଥିଲେ ସେମାନଙ୍କ ସହିତ ପ୍ରତିମା ନନ୍ଦ,ସାବିତ୍ରୀ ବାରିକ,ପେଲଙ୍ଗ ମାତାର,ଲଳିତା ବିନ୍ଧାଣି,ସୁଜାତା ମହାନ୍ତ,କଳ୍ପନା ମହାନ୍ତ,ରାଣୀ ମଣ୍ଡଳ,ଆଝମଣି ମାଝୀ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ