ଚୌଦ୍ୱାର ପୋଲିସ ତରଫରୁ ଜୋରଦାର ଚଢ଼ାଉ

ଚୌଦ୍ୱାର, (ଦୀପକ୍ କୁମାର ବେଉରା):  ଚୌଦ୍ୱାର ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚୌଦ୍ୱାର ପୋଲିସ ତରଫରୁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜୋରଦାର କରାଯାଇଛି। ଚୌଦ୍ୱାର ଥାନାରେ ନୂଆକରି ଯୋଗଦେଇଥିବା ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନେତୃତ୍ୱରେ   ଶନିବାର ଏହି ଚଢାଉ  କରାଯାଇଥିଲା।   ଚଢ଼ଉ କରି ମାସ୍କ ନପିନ୍ଧି ଦୋକାନରେ ଭିଡ଼ କରୁଥିବା ଗ୍ରାହକ ଓ ଦୋକାନୀଙ୍କଠାରୁ ଫାଇନ୍‌ ଆଦାୟ କରାଯାଇଅଛି । ଏଥି ସହିତ କୋଭିଡ୍‌ ନିୟମାବଳୀକୁ ସମସ୍ତେ କଢ଼ାକଢ଼ି ଭାବେ ପାଳନ କରିବା, ଜରୁରୀ କାମ ନ ଥିଲେ ବହାରକୁ ନ ବାହାରିବା, ମାସ୍କ ବ୍ୟବହାର, ନିୟମିତ ହାତ ଧୋଇବା, ସର୍ବସାଧାଣ ସ୍ଥାନରେ ଅନ୍ୟୁନ ସାମାଜିକ  ଦୂରତା ରକ୍ଷା କରିବା ଆଦି ସମ୍ପର୍କରେ ଲୋକଙ୍କୁ ଓ ଦୋକାନୀ ମାନଙ୍କୁ ସଚେତନ କରାଇଥିଲେ । ନିୟମ ସଠିକ୍‌ ଭାବେ ପାଳନ ନ କଲେ ଆଗକୁ ଅଧିକ ଯାଞ୍ଚ୍ କଡାକଡି କରାଯିବା ସହିତ ଦୋକାନୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ତରଫରୁ ଚେତାବନୀ ଦିଆ ଯାଇଛି । ଏହି ଚଢ଼ଉରେ ୨୦୦ରୁ ଊର୍ଦ୍ଧ୍ୱ ଅମାନିଆଙ୍କ ଠାରୁ ପୋଲିସ‌ ୪୦ ହଜାରରୁ ଅଧିକ ଟଙ୍କା ଫାଇନ୍‌ ଆଦାୟ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ