କଟକ ବନ ବିଭାଗ କର୍ମଚାରୀଙ୍କୁ ମିଳିଲା ବଡ଼ ସଫଳତା

 କଟକ,(ଦୀପକ୍ କୁମାର ବେଉରା):  କଟକ  ବନ ବିଭାଗ ଭିଜିଲାନ୍ସ ଓ ଡାଲିଜୋଡା ରେଞ୍ଜ କର୍ମଚାରୀଙ୍କ ମିଳିତ ଚଢ଼ାଉ ରେ ବିପୁଳ ପରିମାଣର ଶାଗୁଆନ କାଠ ଜବତ ହୋଇଛି । ଚୌଦ୍ୱାର ଥାନା ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତ ର କମଙ୍ଗ ନିକଟବର୍ତ୍ତୀ କାଉଡ଼ିଆପଡା ଗ୍ରାମରେ,କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଡିଏଫଓ ରଜନୀକାନ୍ତ ମହାନ୍ତି ଙ୍କ ନେତୃତ୍ୱ ରେ ଆଜି ସକାଳେ ଗ୍ରାମର ଦୁଇ ଜଣଙ୍କ ଘରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ  ବାଡ଼ିରେ ଓ ହଳଦୀ ବୁଦା ଭିତରେ ଥିବା ବହୁ ମୂଲ୍ୟବାନ ଶାଗୁଆନ ଓ ଅନ୍ୟ କାଠ ଗଣ୍ଡି ଗୁଡିକୁ ଜବତ କରିଥିଲେ ।ଏଗୁଡିକର ଆନୁମାନିକ ମୂଲ୍ୟ ସାଢ଼େ ତିନି ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ ହେବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।ଏହି କାଠ ଗୁଡିକୁ ଦୁଇଟି ଟ୍ରାକ୍ଟର ସହାୟତରେ ଭାଗତପୁର ବନ କାର୍ଯ୍ୟାଳୟକୁ ନିଆଯାଇଛି ।ଏହି ବେଆଇନ କାଠ କାରବାର ଦୀର୍ଘ ଦିନ ଧରି ଚାଲୁଥିଲେ ମଧ୍ୟ ଭାଗତପୁର ବନପାଳ କିପରି ଜାଣି ପାରୁନଥିଲେ ତାହା ତାଙ୍କର ଭୂମିକା ପ୍ରତି ସନ୍ଦେହ ସୃଷ୍ଟି କରିଛି ।ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ଭିଜିଲାନ୍ସ ଡିଏଫଓ ରଜନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ