ହିନ୍ଦୁ ଦେବୀ ମା ଦୁର୍ଗାଙ୍କୁ ସୋସିଆଲ୍ ମିଡିଆ ମାଧ୍ୟମରେ ଅଶୀଳ ଓ କଟୁ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ ଗିରଫ୍ ପାଇଁ ଦାବି

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଆଜି ଫେସବୁକ୍ ରେ ହିନ୍ଦୁଦେବୀ ମା ଦୁର୍ଗାଙ୍କ ଚରିତ୍ର କୁ ନେଇ ସୋସିଆଲ୍ ମିଡିଆରେ ଅଶ୍ଳିଳ ଓ କଟୁ ମନ୍ତବ୍ୟ ଦେଇ ଜାତିଆଣ ଦଙ୍ଗା ଉଦ୍ଦେଶ୍ୟରେ ଆପତି ଜନକ ପୋଷ୍ଟ୍ କରିଥିବା ଯୁବକ ସେ ହେଉଛନ୍ତି କଟକ ଜିଲ୍ଲାର ରାଜ୍ କୁମାର ମଲ୍ଲିକ, ରାଜ୍ ମଲ୍ଲିକ୍ ଏକ ଦଳିତ ଜାତିର ଯୁବକ,ମା ଦୁର୍ଗା ଓ ମା ଲକ୍ଷ୍ମୀଙ୍କ ଚରିତ୍ର ସହ ଯୈାନ ସଂଭୋଗ ଭଳି ଅତ୍ୟନ୍ତ ନିନ୍ଦନୀୟ ପୋଷ୍ଟ୍ କରିଥିଲା । ଏହା ଜାତିଆଣ ଦଙ୍ଗା ସୃଷ୍ଟି ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ‘ଉଦ୍ଧାର ଫାଉଁଣ୍ଡେସନ’ ସଂଗଠନ ପରିବାର ତରଫରୁ ଆଜି ଏହି ଅସାମାଜିକ ଯୁବକଙ୍କୁ କଠୋର ଦଣ୍ଡ ବିଧାନ ଗିରଫ୍ ଦାବିରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚୌଦ୍ଵାର ଥାନାର ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ପତିଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟରେ ସଂଗଠନ ସଭାପତି ନରୋତ୍ତମ ଦାସ୍, ବରିଷ୍ଠ ଉପଦେଷ୍ଟା କିରଣବାଳା ନାୟକ,ଉପସଭାପତି ଦିଲ୍ଲୀପ୍ ସାହୁ,ପଦ୍ମପାଦ ସାହୁ,କୋଷଧ୍ୟକ ସଞ୍ଜୟ ମିଶ୍ର,ବରିଷ୍ଠ ସଦସ୍ୟ ଜ୍ୟୋତି ପ୍ରକାଶ ପାଲ୍,କେଦାର ନାଥ ବେହେରା,ସତ୍ୟଜିତ୍ ଦାସ୍,ମହେଶ୍ ବେଉରା,ସୌମେନ୍ଦ୍ର ଅମାନ୍ତ,ଅଜିତ୍ କୁମାର ସାହୁ,ମୋହନ ସାହୁ,ସଂଗ୍ରାମ ରାଉତ୍ ରାୟ,ଅଜିତ୍ ସାହୁ,ମୋହନ ସାହୁ,ଅବିନାଶ ସାହୁ ପ୍ରମୁଖ ଯୋଗଦେଈ ଏହି ଅସାମାଜିକ ଯୁବକଙ୍କୁ ଗିରଫ୍ କରାଯାଇ ଏକ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଲିଖିତ ଦାବି ରଖିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ