ଗଡିଲା ଚୌଦ୍ଵାର – କଟକ ଚାର୍ବାଟିଆ ବସ୍

ଚୌଦ୍ଵାର,(ଦୀପକ୍ କୁମାର ବେଉରା): ଦୀର୍ଘ ୬ ମାସ ପରେ ଗଡିଲା ଚାର୍ବାଟିଆ କଟକ କ୍ୟାଣ୍ଟର । ସାରା ବିଶ୍ବରେ ମହାମାରୀ କରନା କାୟା ବିସ୍ତାର କରି ଚାଲିଥିବା ବେଳେ ସରକାରୀ କଟକଣା ଯୋଗୁଁ ପୁରାପୁରି ବସ୍ ସେବା ବନ୍ଦ୍ ଥିବା ବେଳେ ଆଜି ପ୍ରଥମ କରି ଚାର୍ବାଟିଆ ରୁ କଟକ ପ୍ରଥମ ପର୍ଯ୍ୟାୟରେ ଦୁଇଟି ବସ୍ ଚାଲୁ ଥିବାର ଜଣା ପଡିଚି । ମୁଖ୍ୟତଃ ଚୌଦ୍ଵାର ବାସୀ କଟକ ଗମନ ଗମନ କରିବା ପାଇଁ ଏହି କ୍ୟାଣ୍ଟର୍ ମାନଙ୍କ ଉପରେ ନିର୍ଭର କରି ଥାନ୍ତି । ଲକ୍ ଡାଉନ୍ କୋହଳ ହେବା ପରେ ଚୌଦ୍ଵାର ରେ ଏହି କ୍ୟାଣ୍ଟରେ ବସ୍ ସେବା ଚାଲୁ ନଥିବାରୁ ବହୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଜି ପ୍ରଥମ ପର୍ଯ୍ୟାୟ ରେ ଦୁଇଟି କ୍ୟାଂଟର ଚଳାଇବା ଫଳରେ ଯାତ୍ରୀ ମାନେ ଖୁସି ହେବା ସହିତ ଏହି କ୍ୟାଂଟର୍ ର ଚାଳକ, କର୍ମଚାରୀ ଓ ମାଲିକ ଉତ୍ସାହିତ ଥିବାର ଦେଖା ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ