ଛେଳି ସହ ୨ ଯୁବକ ବନ୍ୟା ଘେରରେ

ବାଙ୍ଗିରିପୋଷି, (ଅକ୍ଷୟ କୁମାର ବିଶ୍ୱାଳ):ଛେଳି ଉଦ୍ଧାର କରିବାକୁ ଯାଇ ନଦୀ ମଝିରେ ଫସିଲେ ୨ ଯୁବକ। ଉପର ମୁଣ୍ଡରେ ବର୍ଷା ଯୋଗୁଁ ଅଚାନକ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି। ନଦୀ ମଝି ଉପରେ ଅଟକି ରହିଥିଲେ ଛେଳି। ଜଗୁଆଳି ୨ ଯୁବକ ଉଦ୍ଧାର କରିବାକୁ ନଦୀବଢ଼ି ଯୋଗୁଁ ଫସି ରହି ଯାଇଥିଲେ।ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଛି। ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବାଙ୍ଗିରିପୋଷି କଲେଜ ନିକଟସ୍ଥ କାଳିଆମୀ ପୋଲହ ନିକଟରେ। ସ୍ଥାନୀୟ ଅଞ୍ଚଳ ଦେଇ ପ୍ରବାହିତ ହୋଇଥିବା ବୁଢ଼ାବଳଙ୍ଗ ନଦୀରେ ଛେଳି ସହ ୨ ଯୁବକ ଫସିରହିଥିବା ଦେଖିବାକୁ ମିଳିଛି। ନଦୀ ମଝି ଏକ ପଥରରେ ୨ ଛେଳି ଫସି ଯାଇଥିବାବେଳେ ଚାଉଳିଘରି ଅଞ୍ଚଳର୨ଜଣ ଯୁବକ ଛେଳିକୁ ଉଦ୍ଧାର କରିବାକୁ ନଦୀ ମଝିକୁ ଯାଇଥିଲେ। ହଟାତ ନଦୀର ଉପର ମୁଣ୍ଡରୁ ପାଣି ବଢ଼ିଯାଇଥିବାରୁ ନଦୀ ଭିତରୁ ବାହାରି ପାରିନଥିଲେ। ସେପଟେ ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ଉଦ୍ଦାର କାର୍ଯ୍ୟ ଜାରି ରଖିଥିବା ବେଳେ ପାଣି କମିବାରୁ ଯୁବକ ଦୁଇଜଣ ନିଜେ ପଂହରି କୂଳକୁ ଆସିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ