ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବି. ଗୋବିନ୍ଦ ରାଜୁଙ୍କ ପ୍ରଧାନ ଶିକ୍ଷକ ପଦୋନ୍ନୋତି ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ପଦୋନ୍ନତି ଅନୁସାରେ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଗୋବିନ୍ଦ ରାଜୁ ପ୍ରଧାନ ଶିକ୍ଷକ ରୂପେ ସେରଙ୍ଗ ସରକାରୀ ହାଇସ୍କୁଲକୁ ପଦନ୍ନୋତି ସହ ଅବସ୍ଥାପିତ ହୋଇଛନ୍ତି । ଏହି ଅବସରରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ବୃଷକେତୁ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଅବସର ପ୍ରାପ୍ତ ଶିକ୍ଷକ କୁମୁଦ ରଞ୍ଜନ ଦାଶ, ରାମନାଥ ପଣ୍ଡା, ସି.ଏଚ୍‌.ଭେଙ୍କେଟଶ୍ୱର ପ୍ରମୁଖ ଯୋଗଦେଇ ଗୋବିନ୍ଦ ରାଜୁଙ୍କ କର୍ତ୍ତବ୍ୟ ପରାୟଣର ପ୍ରସଂଶା କରି ମାନପତ୍ର, ଉପଢୌକନ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ସଂଯୋଜନା କରିଥିବାବେଳେ ସି.ଏଚ୍‌. ଚାନ୍ଦିନୀ, ଶ୍ରୀରାମମୂର୍ତ୍ତୀ, ଧର୍ମା ରାଓ, ପ୍ରତିମା ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମୁକୁ ଶିକ୍ଷକ ହରିହର ଦାଶ, ମହେନ୍ଦ୍ର କୁମାର ବଡମୁଣ୍ଡି, ରାମୋଜୀ ରମେଶ ପ୍ରମୁଖ ସଭା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ