ଜନଶକ୍ତି ପାର୍ଟି ତରଫରୁ ୧୦ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜନଶକ୍ତି ପାର୍ଟି ତରଫରୁ ୧୦ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦିଆଯାଇଅଛି । ଦାବୀ ଗୁଡିକ ହେଲା (୧)ରାଜ୍ୟର ବିଦ୍ୟାଳୟ ମାନଙ୍କରେ ଦିବ୍ୟାଙ୍ଗ ଶିକ୍ଷକମାନଙ୍କୁ ପ୍ରଧାନ ଶିକ୍ଷକ ରୂପେ ପଦୋନ୍ନତି ଦିଆଯାଉ । (୨)ରାଜ୍ୟର ବିଦ୍ୟାଳୟ ମାନଙ୍କରେ ପାଚିକାମାନେ ରୋଷେଇ କାର୍ଯ୍ୟ ସୂଚାରୁ ରୂପେ କରୁଥିଲା ବେଳେ କୋଭିଡ ସମୟରେ ଦରମାରୁ ବଂଚିତ ହୋଇ ଭୋକ ଉପାସରେ ରହୁଥିବାରୁ ତାଙ୍କର ବକେୟା ଦରମା ଓ ମାସିକ ବେତନ ଦିଆଯାଉ ।( ୩) ସାମ୍ବାଦିକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ । (୪)ଗରିବ କୃଷକମାନଙ୍କର କୃଷି ଋଣ ଛାଡ କରାଯାଉ ,(୫)ଘରୋଇ ଉପଭୋକ୍ତା ମାନଙ୍କର ଅଧା ବିଦ୍ୟୁତ ଶୁକ୍ଳ ଛାଡ କରାଯାଉ(୬),ବନ୍ୟା ଅଂଚଳରେ କୃଷକମାନଙ୍କୁ ରବି ଫସଲ ଓ ପନିପରିବା ଚାଷ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ, (୭) ଆମ ରାଜ୍ୟ ଓଡିଶାର ମନ୍ଦିର ସେବକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ, (୮) ଦରଦାମ ବୃଦ୍ଧି ଓ କଳାବଜାରୀକୁ ରୋକାଯାଉ,(୯) ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କର ଦରମା ଓ ପରୀକ୍ଷା ଫିସ ଛାଡ କରାଯାଉ,(୧୦) ବେସରକାରୀ ଚିକିତ୍ସାଳୟରେ ଗରିବ ଓ ମଧ୍ୟବିତ ଜନତାଙ୍କ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଉ । ଏହି ଦାବିରେ ଜନଶକ୍ତିର ପାର୍ଟିର ଅଧ୍ୟକ୍ଷ ଆଡଭୋକେଟ ପ୍ରଦୀପ ଦାଶ, ବିଦ୍ୟାଧର ପଣ୍ଡା, ମହେଶ୍ୱର ବେହେରା, ଦେବାଶିଷ ଦାସ, ଅକ୍ଷୟ ଦାସ, ମହେଶ ସେଠୀ, ଗୌରାଙ୍ଗ ଚରଣ ସାହୁ, ମାନଓ ରଞ୍ଜନ ଶତପଥି, ସୁବାଶ ଚନ୍ଦ୍ର ରାଉତ ଅମର ବିଶ୍ୱାଳ , ମହେଶ୍ୱର ସେଠୀ, ଧନଞ୍ଜୟ ଦାସ, ପ୍ରେମାନନ୍ଦ ମାଟି ପ୍ରଭୃତି ଏହି ଦାବିରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ