ବରିଷ୍ଠ ନାଗରିକ ସଂଘର ଜରୁରୀ ବୈଠକ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲା ବରିଷ୍ଠ ନାଗରିକ ସଂଘର ଏକ ଜରୁରୀ କାଳିନ ବୈଠକ ସଭାପତି ଡ଼ଃ.ରାଜ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର କାର୍ଯ୍ୟ ନିର୍ବାହୀ ସଭ୍ୟ , ଉପଦେଷ୍ଟା ଓ ପରିାଚଳନା କମିଟିର କର୍ମକର୍ତା ମାନେ ଯୋଗ ଦେଇଥିଲେ । ସଂଘର କାର୍ଯ୍ୟକାରି ସଂପାଦକ ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ଅକାଳ ବିୟୋଗ ଯୋଗୁଁ ପ୍ରାରମ୍ଭରେ ସଂଘ ପକ୍ଷରୁ ତାଙ୍କର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗ ଯୋଗୁଁ ସଂଘରେ ଖାଲିପଡ଼ିଥିବା ପଦରେ ବ୍ରହ୍ମାନନ୍ଦ ପାଣିଗ୍ରାହୀଙ୍କୁ ସର୍ବ ସମ୍ମତି କ୍ରମେ ଅତିରିକ୍ତ ସାଧାରଣ ସଂପାଦକ ଭାବେ ମନୋନିତ କରାଯାଇଛି । ସଭାରେ କୋଭିଡ଼୍ ନିୟମ ପ୍ରକାରେ ସଭ୍ୟମାନେ ମାକ୍ସ ପିନ୍ଧି ଓ ମାମାଜିକ ଦୂରତ୍ୱ ରକ୍ଷା କରି ସଭାରେ ଉପସ୍ଥିତ ଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ସର୍ବେଶ୍ୱର ମିଶ୍ର ,ନବୀନ କିଶୋର ପଣ୍ଡା ,ଗୌରହରି ସାହୁ , ଅଚ୍ୟୁତାନନ୍ଦ କହଁର ,ପି.ରଘୁନନ୍ଦନ ପାତ୍ର , ଲକ୍ଷ୍ମୀ ନାରାୟଣ ଦୋରା , ତାରିଣି ଚରଣ ମୁନୀ , ପ୍ରମୋଦ ପଟନାୟକ ଓ ଡ଼.ଅନନ୍ତ ଚରଣ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିବା ବେଳେ ଶେଷରେ ପ୍ରସନ୍ନ କୁମାର ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ