୧୩୦ କେଜି ଗଞ୍ଜେଇ ଜବତ,ଅଭିଯୁକ୍ତ ଫେରାର

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଗତକାଲି ଦିନ ଦୁଇଟା ବେଳେ ରା.ଉଦୟଗିରି ଥାନା ଅଧିକାରୀ ମମତା ନାୟକ ଏକ ବିଶେଷ ସୂତ୍ରରୁ ଖବର ପାଇ ଅନୁଗୁଳ ସ୍ଥିତ ଜାମୁସାହି ଗାଁରେ ପହଞ୍ଚି ଏଲିଅ ମାଝୀ,ସାମସନ ମାଝୀ ଘରେ ଗଞ୍ଜେଇ ଥିବା ଖବର ପାଇ ଚଢ଼ାଉ କରିଥିଲେ | ଘରେ ୫ଟି ଅଖାରେ ପେକିଙ୍ଗି ହୋଇ ଗଞ୍ଜେଇ ରଖାଯାଇଥିଲା | ଗଞ୍ଜେଇ ଗୁଡିକ ବାହାରକୁ ଚାଲାଣ ପାଇଁ ପ୍ରସ୍ତୁତି କରାଯାଉଥିଲା | ଏହା ଆଗରୁ ପୋଲିସ ପହଞ୍ଚି ମାଜିଷ୍ଟେଡ଼ ଆଶିଷ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଉକ୍ତ ଗଞ୍ଜେଇକୁ ଓଜନ କରିବାରୁ ତାହା ୧୩୦ କିଲୋ ହୋଇଥିଲା | ଏଥିରେ ସମ୍ପୃକ୍ତ ଥିବା ବେପାରୀ ଫେରାର ଥିବା ଥାନା ଅଧିକାରୀ ମମତା ନାୟକ କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ