ବିଦ୍ୟୁତ ତାର ଲାଗି ବାର୍ହା ଶିକାରୀ ପୁତୁରା ର ମୃତ୍ୟୁ ଓ ଦାଦା ଗୁରୁତର

ଖଲ୍ଲିକୋଟ,(ସିଲୁ ବିଶ୍ୱାଳ): ନିଜ ଜାଲରେ ନିଜେ ଫସିଗଲେ ଶିକାରୀ | ମଙ୍ଗଳବାର ଦିନ ଖଲ୍ଲିକୋଟ ଥାନା ଅନ୍ତର୍ଗତ କନକା ପଞ୍ଚାୟତର ପିତାଗାଡିଆ ଗ୍ରାମରେ ବାର୍ହା ଶିକାର ପାଇଁ ନିକଟସ୍ଥ ଜଙ୍ଗଲ ରେ ବିଜୁଳି ତାର ବିଛାଯାଇଥିଲା l ତେବେ ସେହି ଗ୍ରାମର ଦୁର୍ଯ୍ୟଧନ ପ୍ରଧାନ ଙ୍କ ପୁଅ ରୁନା ପ୍ରଧାନ (୨୮) ବର୍ଷ ଓ ତାଙ୍କ ଦାଦା ମାଗୁଣି ପ୍ରଧାନ ବାର୍ହା ଶିକାର ପାଇଁ ଯାଉଥିବା ବେଳେ ହଠାତ ଅସତର୍କ କାରଣ ରୁ ଦାଦା ମାଗୁଣି ପ୍ରଧାନ ତାର ସହ ଲାଗିଯାଇଥିଲା | ତାକୁ ଉଦ୍ଧାର କରିବାକୁ ଯାଇ ପୁତୁରା ରୁନା ପ୍ରଧାନ ମୃତୁବରଣ କରିଥିବା ବେଳେ ମାଗୁଣି ପ୍ରଧାନ ଗୁରୁତର ଅବସ୍ଥା ରେ ପ୍ରାଥମିକ ଚିକିତ୍ସା ପାଇଁ ଖଲ୍ଲିକୋଟ ମେଡିକାଲ ରେ ଭର୍ତି କରାଯାଇଥିବା ଜଣାପଡିଛି l ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରିବା ସହ ଥାନା କେଶ ନମ୍ବର ୪୦୮ / ୨୦୦୯ ମକଦ୍ଧମା ରୁଜୁ କରି ତାର ବିଛାଇଥିବା ଶିକାରୀ ମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚଳାଇଥିବା ଜଣାପଡିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ