କୋଟଗଡ ବ୍ଲକ ବିଡ଼ିଓ ଙ୍କୁ କରୋନା ପଜିଟିଭ ପରେ  କାର୍ଯ୍ୟ।ଳୟ ବନ୍ଦ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଦିନକୁ ଦିନ କନ୍ଧମାଳରେ କାୟା ବିସ୍ତାର କରି ଚାଲିଛି।ଏପରିକି ବହୁ ଧାର୍ମିକ ପରାୟଣ ପୁରୁଷ ମହିଳା କାହାରିକୁ ଛାଡୁନାହିଁ ।ବିଶେଷ କରି ବସ ଚଳାଚଳ ସହିତ ଦୋକାନ ବଜାର ସବୁଠାରେ ଭିଡ଼ ଜମିବାରେ ଲାଗିଛି ।ସମସ୍ତେ ସାମାଜିକ ଦୂରତା ଭୁଲି ଗଲେଣି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ସବୁଠାରେ ଜନ ଗହଳି ।ଗୋଟିଏ ବାଇକରେ ଦୁଇରୁ ଅଧିକ ବସି ଯାତାୟତ କରୁଥିବାର ଦେଖିବାକୁ ମିଳୁଛି l କେହି କେହି ମାସ୍କ ପିନ୍ଧିବା ଜରୁରୀ ମନେ  କରୁ ନାହାନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟର ଗୋଷ୍ଠି ଉନ୍ନୟନ ଅଧିକାରୀ କୈଳାସ ଚନ୍ଦ୍ର ମୁର୍ମୁ ଙ୍କୁ କରୋନା ପଜିଟିଭ ବାହାରିବା ପରେ ଆସନ୍ତା ରବିବାର ପର୍ଯ୍ୟନ୍ତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଏନେଇ ବିଡ଼ିଓ ଶ୍ରୀ ମୁର୍ମୁ ସୂଚନା ଦେଇଛନ୍ତି  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ