ଦିବଙ୍ଗତ ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କ ବିୟୋଗରେ କେନ୍ଦ୍ରାପଡା ବ୍ଲକରେ ଶୋକ ସଭା

କେନ୍ଦ୍ରାପଡା,  (ଚିତ୍ତରଞ୍ଜନ ଦାସ): ଦିବଙ୍ଗତ ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କ ବିୟୋଗରେ କେନ୍ଦ୍ରାପଡା ପଂଚାୟତ ସମିତି ର ବିଜୁ ପଟ୍ଟନାୟକ ସଦଭାବନା ଗୃହରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉପାଧକ୍ଷା ସ୍ନେହଲତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବି.ଡି.ଓ ସୁଧିର କୁମାର ସିଂ, ଏ.ବି.ଡି.ଓ ଅନିରୁଦ୍ଧ ବେହେରା, ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ ପ୍ରମୁଖ ଯୋଗ ଦେଇ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତଃଧଳଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସମିତି ସଭ୍ୟ ଶିବ ପ୍ରସାଦ ବିଶ୍ୱାଳ, ଧିରେନ୍ଦ୍ର ନାଥପୃଷ୍ଟି, ପ୍ରଶନ୍ନ କୁମାର ରାଉତ, ଶୁଶାନ୍ତ ବେହେରା, ଶିବ ପ୍ରସାଦ ଭୋଳ, ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା, ବସନ୍ତ କୁମାର ରାଉତ, ପୀତବାସ ବେହେରା, ସୀତା ସୁନ୍ଦରି ମଲ୍ଲିକ, ଗଗନ ବିହାରୀ ସାହୁ, ଗାୟତ୍ରୀ ମହାନ୍ତି, ନରହରି ପାଣି ଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇ ଅଧ୍ୟକ୍ଷ ସ୍ୱର୍ଗତଃ ଧଳଙ୍କ ଗୁଣାବଳୀ ସମ୍ପର୍କରେ ବର୍ଣ୍ଣନା କରିବା ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପ୍ରଥମେ ସ୍ୱର୍ଗତଃ ଧଳଙ୍କ ଫଟୋ ଚିତ୍ରରେ ପଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ଅମର ଆତ୍ମର ଶଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ