ନଦୀପାର ହୋଇ ସ୍ୱାଭିମାନ ଅଞ୍ଚଳକୁ ସେବା ଯୋଗାଉଛନ୍ତି ଅଙ୍ଗନବାଡି କର୍ମୀ

ଚିତ୍ରକୋଣ୍ଡା, (ଅରୁନିମା ପୁରୋହିତ):ଆନ୍ଧ୍ର ଓଡିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ମାଓ ପ୍ରବଣ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ରାଲେଗଡା଼ ପଞ୍ଚାୟତ ଅନ୍ତର୍ଭୁକ୍ତ ଉପାନ୍ତ ଅଞ୍ଚଳ ରୂପେ ପରିଚିତ ନେରୁଡୁପାଲି, ସୁଆପାଲି ଗ୍ରାମକୁ ନେରୁଡ଼ପାଲି ଗ୍ରାମର ଅଙ୍ଗନବାଡି କର୍ମୀ ହେମଲତା ଶୀଶା ଓ ସୁଆପାଲି ଗ୍ରାମର ଅଙ୍ଗନବାଡି କର୍ମୀ ପ୍ରମିଳା ଗେଲମେଲ ଏବଂ ରାଲେଗାଡ଼ା ପଞ୍ଚାୟତର ସୋସିଆଲ ୱାର୍କର ବିରାଜ ମଣ୍ଡଳ ନିଜ ନିଜର ଜୀବନ କୁ ବାଜି ଲଗାଇ ନେରୁଡ଼ପାଲି ସାପୁଆନଦୀ ର ଗଭୀର ଅକାତକାତ ପାଣି ଭିତରେ ନିଜ ନିଜ ଅଣ୍ଟା ଓ କାନ୍ଧ ରେ ଲାଉତୁମ୍ବା ବାନ୍ଧି ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୋଇ ବହୁ କଷ୍ଟରେ ସ୍ୱାଭିମାନ ଅଞ୍ଚଳକୁ ସେବା ଯୋଗାଉଛନ୍ତି ଏହି କର୍ମଚାରୀ ମାନେ, ପ୍ରକାଶ ଥାଉକି ନଦୀ ପାର ହୋଇ ଅଙ୍ଗନବାଡି କର୍ମୀ ନିଜ ଅଙ୍ଗନବାଡି କେନ୍ଦ୍ର କୁ ଯିବା ସହିତ ତାଙ୍କ କେନ୍ଦ୍ର ପୃଷ୍ଟକର ଦିବସ ପାଳନ କରିଥିବା ବେଳେ ସୋସିଆଲ ୱାର୍କର ତାଙ୍କ ସହ ମିଶି ଉକ୍ତ ଗ୍ରାମକୁ ଯାଇ ଭତ୍ତା ବଣ୍ଟନ କରିଥିଲେ, ଏଇଟା ସେମାନଙ୍କ ପାଖରେ ଥରେ ନୁହେଁ ବର୍ଷା ଦିନେ ହେଲା ମାତ୍ରେ ପ୍ରତି ବର୍ଷ ଭଳି ଦୈନିକ ଏଇଭଳି ବିଭିନ ସାହାଯ୍ୟ କୁ ଆଶ୍ରା କରି ନଦୀ ପାର ହୋଇ ଯାତାୟାତ କରିବାକୁ ପଡ଼େ, ସେମାନେ ତାଙ୍କ ନିଜ ଜୀବନକୁ ବାଜି ଲଗାଇ ଏଇଭଳି ସେବା ଯୋଗାଇ ଆସିଥାନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ