କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି କୁ ବିରୋଧ

କଟକ, (ଦୀପକ୍ କୁମାର ବେଉରା):କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ କୁ ନେଇ ତେଜିଲା ପ୍ରତିବାଦର ସ୍ବର। ଏ ନେଇ ଏସ ସି ଆଇ ୟୁ କମ୍ୟୁନିଷ୍ଟ କଟକ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଶେଷ କରି କରୋନା କାଳରେ ନିତ୍ୟ ବ୍ୟବର୍ଯ୍ୟସ୍ତ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକ ହନ୍ତସନ୍ତ ହେଲେଣି। ଗୋଟିଏ ପଟେ ସରକାର ସମସ୍ତଙ୍କୁ ଘରେ ରୁହ ବୋଲି କହୁଥିବାବେଳେ ଅନ୍ୟପଟେ ବିଭିନ୍ନ ସାମଗ୍ରୀର ଦର ଏବେ ଲୋକଙ୍କ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି। ରାଜ୍ୟସଭାରେ କୃଷି ବିଲ ଆଗତ କରାଯାଇଥିଲା ବେଳେ ଆସନ୍ତା ଅକ୍ଟୋବର ରୁ ରାଜ୍ୟ ସରକାର ବିଜୁଳି ବିଲ୍ ୟୁନିଟ୍ ପିଛା ୨୦ ପଇସା ବଢାଇବା ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ଆଗକୁ ଭୟଙ୍କର ସମସ୍ୟା ହେବାକୁ ଯାଉଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ଏଥିପାଇଁ ରାଜରାସ୍ତାକୁ ଓହ୍ଲାଇ ଆସନ୍ତୁ ବୋଲି ଜନସାଧାରଣଙ୍କୁ ଆହ୍ୱାନ ଦେଇଛି ସଙ୍ଗଠନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ