ବିଜାତଳା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଆକ୍ରମଣ ମାମଲାରେ ଜଣେ କୋର୍ଟ ଚାଲାଣ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କୋଭିଡ ଯୋଦ୍ଧାମାନେ କୋଭିଡ ପରୀକ୍ଷା ପାଇଁ ଗତ ୨୧-୦୯-୨୦୨୦ ତାରିଖ ଦିନ ବଣକାଟି ପଞ୍ଚାୟତର ଗଳମୁଣ୍ଡା ଗ୍ରାମକୁ ଯାଇଥିଲେ ।ଜନୈକ ପରିବାରର ପୁଅ ଓ ବୋହୂ ସଂକ୍ରମିତ ଥିବା ଜଣାଯାଇଛି ।ହେଲେ ଘର ମାଲିକ କୋଭିଢ ଯୋଦ୍ଧା ମାନଙ୍କୁ ମିଛ ରିପୋର୍ଟ ଦେବା କହିବା ସହ, ଗାଳିଗୁଲଜ ଦୁର୍ବ୍ୟବହାର କରିବା ସହ ଗାଡିକୁ ପଥର ଢେଲାରେ ଆକ୍ରମଣ କରିଥିଲେ ।କୋଭିଡ ଯୋଦ୍ଧାମାନେ ପ୍ରାଣ ବିକଳରେ ପଳାଇଥିଲେ ଆସି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ଏକ ମାମଲା କେଶ ନଂ ୧୧୯/୨୦ ରୁଜୁ କରିଥିଲେ । ଗୁରୁବାର ଦିନ ଘର ମାଲିକ ପରମେଶ୍ବର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ