ଏମ୍‌ଜି ମୋଟର ପକ୍ଷରୁ ପ୍ରିମିୟମ୍ ଏସ୍‌ୟୁଭି ଗ୍ଲୋଷ୍ଟରର ବଜାର ପ୍ରବେଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଏମ୍‌ଜି(ମୋରିସ୍ ଗ୍ୟାରେଜ୍‌)ମୋଟର ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ଭାରତର ପ୍ରଥମ ଅଟୋନୋମସ୍ ଲେବୁଲ-୧ ପ୍ରିମିୟମ୍ ଏସ୍‌ୟୁଭି କାର୍ ଗ୍ଳୋଷ୍ଟରର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହାର ପ୍ରି ବୁକିଂ ୧୦୦,୦୦୦ଟଙ୍କା ରହିଛି । ଏହା ପୂର୍ବରୁ କମ୍ପାନୀ ପକ୍ଷରୁ ପ୍ରଥମ ଇଂଟରନେଟ୍ କାର ହେକ୍ଟର ଏବଂ ପ୍ରଥମ ଇଂଟରନେଟ୍ ଇଲେକ୍ଟ୍ରିକ୍ କାର ଜେଡ୍‌ଏସ୍ ଇଭିର ବଜାର ପ୍ରବେଶ କରାଯାଇଥିଲା । ଏମ୍‌ଜି ଗ୍ଲୋଷ୍ଟରରେ ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ୍ ସିଷ୍ଟମ୍‌, ଆଡପ୍ଟିଭ୍ କ୍ରୁଇଜ୍ କଂଟ୍ରୋଲ, ଅଟୋମେଟିକ୍ ପାର୍କିଂ, ଅଟୋମେଟିକ୍ ଏମ୍ରଜେନ୍ସି ବ୍ରେକିଂ, ଫରୱାର୍ଡ କଲିଜନ୍ ୱାର୍ଣିଂ, ଲେନ୍ ଡିପାରଚର ୱାର୍ଣ୍ଣିଂ ଏବଂ ବ୍ଲାଇଣ୍ଡ୍ ସ୍ପଟ୍ ଡିଟେକଶନ୍ ଆଦି ବୈଶିଷ୍ଟ୍ୟ ରହିଛି । ଏହା ସହିତ ଏଥିରେ ଫୋର୍‌-ହ୍ୱିଲ୍‌- ଡ୍ରାଇଭ୍ ଏବଂ ଇଂଟେଲଜେଂଟ୍ ଅଲ୍ ଟେରାନ୍ ସିଷ୍ଟମ୍ ଆଦି ରହିଛି । ଏଥିରେ ସ୍ନୋ, ମଡ୍‌, ସ୍ୟାଣ୍ଡ୍‌, ଇକୋ, ସ୍ପୋର୍ଟସ୍‌, ନର୍ମାଲ ଏବଂ ରକ୍ ଆଦି ୭ଟି ଡ୍ରାଇଭିଂ ମୋଡ୍ ରହିଛି । ଏହା ଭାରତର ୨୦୦ରୁ ଅଧିକ କେନ୍ଦ୍ରରେ ଉପଲବ୍ଧ ହେଉଛି । ଏହି ଅବସରରେ ଏମ୍‌ଜି ମୋଟର ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରାଜୀବ ଛାବା କହିଲେ, ଆମେ ସବୁବେଳେ ବିକଶିତ ଜ୍ଞାନକୌଶଳକୁ ଗୁରୁତ୍ୱ ପ୍ରଦାନ କରିଥାଉ । ଭାରତରେ ପ୍ରଥମ ଇଂଟରନେଟ୍ କାର୍ ହେକ୍ଟରର ବଜାର ପ୍ରବେଶ ପରେ ଆମେ ପ୍ରଥମ ଅଟୋନୋମସ୍ ଲେବୁଲ୍‌-୧ ପ୍ରିମିୟମ୍ ଏସ୍‌ୟୁଭି ଗ୍ଲୋଷ୍ଟର ବଜାର ପ୍ରବେଶ କରାଇଛୁ । ଏହି ବିକଶିତ ଜ୍ଞାନକୌଶଳଯୁକ୍ତ ଏସ୍‌ୟୁଭି ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହୋଇପାରିବ । ଏଥିରେ କ୍ରିଟିକାଲ ଟାୟାର ପ୍ରେସର ଭଏସ୍ ଆଲର୍ଟ. ଶର୍ଟପେଡ଼ିଆ ଆପ୍‌, ସ୍ମାର୍ଟଫୋନ୍ ମାଧ୍ୟମରେ ଆଂଟି ଥେପ୍ଟ୍ ସୁବିଧା, ୩-ଡି ମ୍ୟାପ୍ ଆଦି ବୈଶିଷ୍ଟ୍ୟ ରହିଛି । ଏହା ସହିତ ଏଥିରେ ଆପଲ୍ ୱାଚ୍ କେନକ୍ଟିଭିଟି, ଗାନା ଆପ୍‌, ଏଆଇ ଜ୍ଞାନକୌଶଳ, କମ୍ପ୍ୟୁଟର ଭିଜନ, ୩୬୦ ଡିଗ୍ରୀ କ୍ୟାମେରା, ୨.୫ ଫିଲଟର ଆଦି ସୁବିଧା ରହିଛି । ଏଥିରେ ୨.୦ ଡିଜେଲ ଟୁଇନ୍ ଟ୍ରୁବୋ ଇଞ୍ଜିନ୍‌, ୨୧୮ ପିଏସ୍ ପାୱାର, ୪୮୦ ଏନ୍‌ଏମ୍ ଟର୍କ, ୧୨.୩ ଇଂଚ ଏଚ୍‌ଡି ଟଚ୍ ସ୍କ୍ରିନ୍‌, ୬୪ କଲର ଆମ୍ବିଏଂଟ୍ ଲାଇଟିଂ ଆଦି ବୈଶିଷ୍ଟ୍ୟ ରହିଛି । ଏହା ଆଗେଟ୍ ରେଡ୍‌, ମେଟାଲ ବ୍ଳାକ୍‌, ମେଟାଲ ଆଶ୍ ଏବଂ ୱାର୍ମ ହ୍ୱାଇଟ୍ ଆଦି ୪ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି । ଏମ୍‌ଜି ମୋଟର ପକ୍ଷରୁ ପ୍ରଥମ କରି ସିଲ୍ଡ୍ ନାମକ ଓନରଶିପ୍ ପ୍ୟାକେଜ୍ ଆରମ୍ଭ କରାଯାଇଛି । ଏହା ଗ୍ଲୋଷ୍ଟର ପାଇଁ ମଧ୍ୟ ଉପଲବ୍ଧ ହେବ । ସୂଚନାଯୋଗ୍ୟ, ଏମ୍‌ଜି ମୋଟର ୧୯୨୪ରେ ୟୁକେରେ ସ୍ଥାପିତ ହୋଇଥିଲା । ୧୯୩୦ରେ ଏମ୍‌ଜି କାର୍ କ୍ଲବ୍ ୟୁକେର ଆବିଙ୍ଗ୍‌ନ୍‌ରେ ପ୍ରତିଷ୍ଠା ହୋଇଥିଲା ।ଏହା ୯୬ ବର୍ଷ ଧରି କାରବାର ଜାରି ରଖିଛି । ଭାରତର ଗୁଜରାଟର ହାଲୋଲ୍‌ଠାରେ ଏହାର ମାନୁଫାକଚରିଂ ପ୍ଲାଂଟ୍ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ