କୋଭିଡ ସପ୍ତାହ ଉପଲକ୍ଷେ ଜିଲୁଣ୍ଡିରେ ସଚେତନତା ଏଵଂ ରଙ୍ଗୋଲି କାର୍ଯ୍ୟକ୍ରମ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଚଳିତ ମାସ ୨୪ ତାରିଖରୁ ଅକ୍ଟୋବର ୧ ଗଞ୍ଜାମ ଜିଲ୍ଲାରେ କୋଭିଡ ସପ୍ତାହ ପାଳନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲlଙ୍ଗେ ନିର୍ଦ୍ଧେଶ ଦେଇଛନ୍ତି | ଗତ କାଲିଠାରୁ ଜିଲ୍ଲାର ସମସ୍ତ ବ୍ଲକ ଏଵଂ ଏନ. ଏ. ସି ଅଞ୍ଚଳ ମାନଙ୍କରେ କୋଭିଡ ସପ୍ତାହ ପାଳନ କରାଯାଉଛି | ସମସ୍ତଙ୍କ କଠିନ ପରିଶ୍ରମ ଯୋଗୁଁ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା ନିୟନ୍ତ୍ରଣ ଧୀନ ରହିଛି | ତୃଣମୂଳ ସ୍ତରରେ ଆଶା କର୍ମୀ, ଅଙ୍ଗନବାଡି ଦିଦି ଙ୍କ ଠାରୁ ଆରମ୍ଭ କରି ପଂଚାୟତ ପ୍ରତିନିଧି, ଡାକ୍ତର, ପାରା ମେଡିକାଲ ଷ୍ଟାଫ, ଶିକ୍ଷକ, କୋଭିଡ ମନିଟର, କୋଭିଡ ସଖୀ, ପୋଲିସ ଓ ବ୍ଲକ ସ୍ତରୀୟ ପ୍ରଶାସନ ଅଧିକାରୀ ମାନଙ୍କ ଉଦ୍ୟମ ରେ ଆଜି ଏହି ସ୍ଥିତି ରେ ପହଞ୍ଚିଛି | ଆଜି ଭଞ୍ଜନଗର ବ୍ଲକ ପ୍ରଶାସନ ତରଫରୁ ଜିଲୁଣ୍ଡି ଠାରେ କୋଭିଡ ସଚେତନତା ଏଵଂ ରଙ୍ଗୋଲି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ପହଂଚି ରାଲି କୁ ଶୁଭାରମ୍ଭ କରିଥିଲେ ଏଵଂ ସ୍ୱାବ ଟେଷ୍ଟିଙ୍ଗ ପରିଦର୍ଶନ କରିବା ସହ ରଙ୍ଗୋଲି ପ୍ରତିଯୋଗିତା କେନ୍ଦ୍ରକୁ ବୁଲି ଦେଖିଛନ୍ତି | ପ୍ରତିଯୋଗୀ ମାନେ ଅତି ସୁନ୍ଦର ଭାବେ ରଙ୍ଗୋଲି ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି |  ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଏଵଂ ବିଡ଼ିଓ ଅନିଲ କୁମାର ସେଠୀ ସହରରେ ମାସ୍କ ବାଣ୍ଟି ଜନସାଧାରଣଙ୍କୁ ସଚେତନ କରିଛନ୍ତି | ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଙ୍କ ସହିତ ବିଡ଼ିଓ ଅନିଲ କୁମାର ସେଠୀ ଉପସ୍ଥିତ ଥିଲେ | ଗତ କାଲି ଠାରୁ ବ୍ଲକ ଅଂଚଳର ତୃଣମୂଳ ସ୍ତରରେ କୋଭିଡ ସପ୍ତାହ ଉପଲକ୍ଷେ ବ୍ଲକ ପ୍ରଶାସନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅୟୋଜନ କରାଯାଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ