ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସର ଚଢାଉ;୧ଲକ୍ଷ ୬୮ ହଜାର ଟଙ୍କା ସମେତ ୨୬ ଜୁଆଡ଼ି ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଂଚଳର କିଛି ଗ୍ରାମରେ ଚାଲିଛି ବଡ଼ ଧରଣର ଜୁଆ ଆଡ୍ଡା । ଜନବସତି ଅଂଚଳ ଓ ପୁଲିସ ନଜରରୁ ବର୍ତିବା ଲାଗି ଜୁଆଡ଼ି ମାନେ ନଦୀ ପଠା ସମେତ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଜୁଆ ଆଡ୍ଡା ଚାଲୁଥିବାର ଜଣାପଡ଼ିଛି । ଏଭଳି ସ୍ଥାନରେ ଚାଲିଥିବା ବଡ଼ ଧରଣର ଜୁଆ ଆଡ୍ଡା ଗୁଡ଼ିକରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରୁ ଜୁଆଡ଼ି ମାନେ ଆସି ଜୁଆ ଖେଳରେ ଲିପ୍ତ ରହୁଥିବା ଜଣାପଡ଼ିଛି । କିଛି ଅସାମାଜିକ ଯୁବ ଗୋଷ୍ଠି ଉକ୍ତ ଜୁଆ ଖେଳର ମାଷ୍ଟର ମାଇଣ୍ଡ ଭାବେ କାର୍ଯ୍ୟ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଗୁରୁବାର ରାତିରେ ହିଞ୍ଜିଳି ଥାନା ଚାନ୍ଦୁଲି ଓ ପୋଚିଲିମା ଗ୍ରାମ ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ ପ୍ରଶାସନ ଚଢାଉ କରି ୨୬ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ଲକ୍ଷ ୬୮ ହଜାର୩୫୦ ଟଙ୍କା ସମେତ ୧୨ଟି ମୋଟର ସାଇକେଲ ଓ ୧୭ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ଜୁଆଡ଼ି ମାନେ ହେଲେ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର ବନବାସ ରାଉତ, ବୈକୁଣ୍ଠ ପରିଡ଼ା, କବିରାଜ ପ୍ରଧାନ, ମୁନା ପରିଡ଼ା, ପୋଡ଼ିଙ୍ଗି ଗ୍ରାମର ଶଙ୍କର ବେହେରା, ପୋଚିଲିମାର ଏସ ସୁଦାମ, ବ୍ରହ୍ମପୁର ସଦର ଥାନା କୁକୁଡ଼ାଖଣ୍ଡିର ଏସ ସିମାଂଚଳ, ଶିବ ସେଠି, ଗୌତମିର ଏସ. ଦେବକୁମାର ପୃଷ୍ଟିବଡ଼ ବଜାର ଥାନା ଅଂଚଳର ଦେବରାଜ ସାହୁ, ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ଗ୍ରାମର କଙ୍ଗୁରୁ ଭୁୟାଁ, କାଳୁ ଗୌଡ଼, ପାଟପୁର ଥାନା କଙ୍କୋରଡ଼ାର ଶିବ ପ୍ରଧାନ, ଖଲିଙ୍ଗି ଗ୍ରାମର ଭବାନି ଶଙ୍କର ପାତ୍ର, ରାଧା ନାହାକ, ଅର୍ନବ ରାଉତ, ଗାଙ୍ଗପୁର ଥାନା ଆମ୍ବପୁଆର ଶିବ ବେହେରା, ବାଙ୍ଗରଡ଼ାର ଶଙ୍କର ସାହୁ, ରୋହିତ ବେହେରା, ଗାଙ୍ଗପୁରର ପ୍ରଶାନ୍ତ ଭୋଳ, ଧରାକୋଟ ଥାନା ପଙ୍କଳବାଡ଼ିର ସରୋଜ ସାବତ, ଢଉଗାଁର ପ୍ରଣବ ରାଉତ, ବଡ଼ଗଡ଼ ଥାନା ସମାପଡ଼ାର ବିଚିତ୍ର ଭୁୟାଁ, ରୁଗୁମାର ଆଶିଷ ସ୍ୱାଇଁ , କେନ୍ଦୁପଲ୍ଲୀର ଚିତରଞ୍ଜନ ସାହୁ ଓ ଆସିକା ଥାନା କାଳଷଣ୍ଢପୁର ଗ୍ରାମର ଶିବ ସେଠି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୩୩୮,୩୩୯/୨୦ରେ ୨ଟି ମାମଲା ରୁଜୁ କରି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପାର୍ବଣ ଋତୁରେ ସ୍ଥାନୀୟ ଅଂଚଳର ବିଭିନ୍ନ ଗ୍ରାମରେ ଜୁଆ ଖେଳ ଚାଲୁଛି । ଜୁଆ ଖେଳକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ଏକ ସ୍ୱତନ୍ତ୍ର ସ୍କାର୍ଡ଼ ଗଠନ କରାଯାଇଛି ଓ ଆଗାମୀ ଦିନରେ ଚଢାଉ ଜାରି ରହିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ