ପଇତା ମନ୍ତ୍ରରାଇବାକୁ ମନା କରିବାରୁ ପୁରୋହିତଙ୍କୁ ମାଡ଼; ୫ ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପଇତା ମନ୍ତ୍ରାଇବାକୁ ମନା କରିବାର ପୁରୋହିତଙ୍କୁ ମାଡ଼ ମାରି ୫ଜଣ ଗିରଫ ହୋଇଛନ୍ତି । ଏଭଳି ଘଟଣା ଗୁରୁବାର ହିଞ୍ଜିଳି ଥାନା ଅଂଚଳରେ ଘଟିଛି । ପ୍ରକାଶ ଯେ, ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମର ମଠରେ ପୁରୋହିତ ରାଧାଚରଣ ଦାଶ ପୂଜା କରୁଥିବା ସମୟରେ ସଂପୃକ୍ତ ଗ୍ରାମର ରବି ପାତ୍ର ପଇତା ମନ୍ତ୍ର କରିବାକୁ ଆସିଥିଲେ । ସେହି ସମୟରେ ମଠ ପୁରୋହିତ ପଇତା ମନ୍ତ୍ର କରିବାକୁ ମନା କରିବାକୁ ଯୁବକ ଜଣକ ଉତ୍ୟକ୍ତ ହୋଇ ଗାଳି ଗୁଲଜ କରି ଫେରିଥିଲେ । ପରେ କିଛି ସାଙ୍ଗ ମାନଙ୍କ ସହ ମିଶି ମଠ ମଧ୍ୟରେ ପଶି ପୁରୋହିତଙ୍କୁ ମାଡ଼ ମାରିଥିଲେ । ଘଟଣା ନେଇ ପୁରୋହିତ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ନଂ-୩୩୭/୨୦ରେ ଏକ ମାମଲା ରୁଜୁ କରି ଆକ୍ରମଣ କରିଥିବା ଅଭିଯୋଗରେ ସଂପୃକ୍ତ ଗ୍ରାମର ୫ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ମାନେ ହେଲେ ସଂପୃକ୍ତ ଗ୍ରାମର ରବି ପାତ୍ର, ବାସୁ ପ୍ରଧାନ, ବାବୁ ସାହୁ, ସାଗର ପ୍ରଧାନ ଓ କୁମାରୀ ମାଝି । ଗିରଫ ମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ