ପ୍ରଦୀପ ସାହୁ ହେଲେ ଜିଲ୍ଲା ଛାତ୍ର ବିଜେଡି ସଭାପତି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଛାତ୍ରନେତା ପ୍ରଦୀପ କୁମାର ସାହୁ (ଲିପୁ)ଙ୍କୁ ଜିଲ୍ଲାଛାତ୍ର ବିଜେଡି ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଛାତ୍ରନେତା ଶ୍ରୀ ସାହୁ ଜିଲ୍ଲାର ଛାତ୍ରମାନଙ୍କୁ ସଂଗଠିତ କରି ଅତିତରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଦଳର ସଂଗଠନକୁ ମଜବୁତ କରିଛନ୍ତି । ଜିଲ୍ଲାରେ ଥିବା କଲେଜ ଗୁଡିକରେ ନିର୍ବାଚନ ସମୟରେ ଦଳର ପ୍ରାର୍ଥିମାନଙ୍କୁ ଜିତାଇ ଆଣିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ତାଙ୍କ ନେତୃତ୍ୱରେ ଜିଲ୍ଲାର ଛାତ୍ର ବିଜେଡି ସଂଗଠନ ଅଧିକରୁ ଅଧିକ ମଜବୁତ ହୋଇପାରିଛି । ଶ୍ରୀ ସାହୁଙ୍କ ଏହି ନିଯୁକ୍ତି କୁ ସାଧାରଣରେ ସ୍ୱାଗତ କରାଯିବା ସହିତ ଆଗାମି ଦିନରେ ଦଳର ସଂଗଠନ ଅଧିକା ତ୍ୱରାନିତ ହୋଇପାରିବ ବୋଲି ଆଶା କରାଯାଇଛି । ଶ୍ରୀ ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ